ଶୈଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା ନିମନ୍ତେ ସମୀକ୍ଷା ବୈଠକ

You are currently viewing ଶୈଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା ନିମନ୍ତେ ସମୀକ୍ଷା ବୈଠକ

ଅନୁଗୁଳ: ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥ‌ିବା ଶ୍ରୀ ଗୁଣ୍ଡିଚା ଯାତ୍ରା ଓ ୧୫ ତାରିଖରେ ହେବାକୁ ଥ‌ିବା ବାହୁଡା ଯାତ୍ରାକୁ ଶାନ୍ତି ଶୃଖଳାର ସହ ପରିଚାଳନା କରିବା ନିମନ୍ତେ ଜିଲ୍ଲାପାଳ ଅବ୍ଦାଲ୍ ଏମ୍ ଅଖତାରଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ରଥଯାତ୍ରା ପ୍ରସ୍ତୁତିର ପ୍ରଗତି ଉପରେ ବିବରଣୀ ଦେଇଥିଲେ । ଏହି ଅବସରରେ।ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହ ପ୍ରସ୍ତୁତିର ସମସ୍ତ ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅତିରିକ୍ତ ଆରକ୍ଷୀ ଅଧ‌ିକ୍ଷକ ଅନିଲ କୁମାର ବେଉରିଆ, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ସହକାରୀ ଜିଲ୍ଲାପାଳ ସୁକାନ୍ତ କୁମାର ସାହୁ,ମନ୍ଦିର ପରିଚାଳନା କମିଟିର ସଦସ୍ୟ ହେମନ୍ତ କୁମାର ଦାସ ଓ ଭବାନୀ ପ୍ରସାଦ ମିଶ୍ରଙ୍କ ସମେତ ସ୍ଵାସ୍ଥ୍ୟ,ଅଗ୍ନିଶମ, ପୂର୍ତ୍ତ,ବିଦ୍ୟୁତ୍ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Share

Leave a Reply