ପ୍ରକାଶିତ ହେଲା ମ୍ୟାଟ୍ରିକ ପରୀକ୍ଷା ଫଳ ରତିକାନ୍ତ ୫୭୭ ନମ୍ୱର ରଖି ଜିଲ୍ଲା ଟପର

You are currently viewing ପ୍ରକାଶିତ ହେଲା ମ୍ୟାଟ୍ରିକ ପରୀକ୍ଷା ଫଳ ରତିକାନ୍ତ ୫୭୭ ନମ୍ୱର ରଖି ଜିଲ୍ଲା ଟପର

ଅନୁଗୁଳ: ଆଜି ପୂର୍ବାହ୍ନରେ ରାଜ୍ୟ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଅନୁଗୁଳ ଜିଲ୍ଲାରେ ମୋଟ ୧୬୪୮୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୯୬.୬୩ ପ୍ରତିଶତ ପିଲା ପଶ କରିଛନ୍ତି।ଚଳିତ ବର୍ଷ ଏ ୱାନ ରେ ୫୮ ଜଣ ଛାତ୍ର ଛାତ୍ରୀ ରହିଛନ୍ତି। ତେବେ ଗତ ବର୍ଷ ତୁଳନାରେ ଏହା ଢେର କମ ବୋଲି ଜଣାପଡିଛି। ୧୨୨ଟି ସ୍କୁଲର ଶତ ପ୍ରତିଶତ ପାସ ହାର ରହିଛି।

ଆମର ହସ୍ତଗତ ହୋଇଥିବା ସୂଚନା ଅନୁସାରେ ପାଲଲହଡ଼ା ଖମାର ଉତ୍କଳମଣି ଉଚ୍ଚ ବିଦ୍ୟାପୀଠର ତିନିଜଣ ଛାତ୍ର ଏ ୱାନରେ ରହିଛନ୍ତି। ରତିକାନ୍ତ ପ୍ରଧାନ ୫୭୭ ନମ୍ୱର ରଖି ଜିଲ୍ଲା ଟପର ହୋଇଛନ୍ତି। ରତିକାନ୍ତଙ୍କ
ବାପା ଗୌତମ ଜେଏସପିଏଲର ଏକ ଠିକା ସଂସ୍ଥାରେ ଫିଟର କାମ କରନ୍ତି। ମା’ ଲୁସିସ୍ମିତା ଜଣେ ଗୃହିଣୀ। ରତିକାନ୍ତ ଭବିଷ୍ୟତରେ ଜଣେ ସିଭିଲ ସର୍ଭାଣ୍ଟ ହେବାକୁ ଇଚ୍ଛା ପ୍ରକଟ କରିଛନ୍ତି। ରତିଙ୍କ ବାପା ଏଟିଭିରୁ ପ୍ରଥମେ ଜିଲ୍ଲା ଟପର ହୋଇଥିବା ଖବର ଶୁଣି ଆନନ୍ଦ ପ୍ରକାଶ କରିବା ସହ ଧନ୍ୟବାଦ ଦେଇଥିଲେ।

ଖମାର ଉଚ୍ଚ ବିଦ୍ୟାଳୟର ଅନ୍ୟ ଦୁଇ ଜଣ ଛାତ୍ର ଶୁଭମ ଶୁଭ୍ରାଂଶୁ ନନ୍ଦ ଓ ରାଜେନ୍ଦ୍ର ବେହେରା ପ୍ରତ୍ୟେକ ୫୫୦ ନମ୍ୱର ରଖି ଏ ୱାନ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବଅଁରପାଳ ପିବିକେ ଉଚ୍ଚ ବିଦ୍ୟାଳୟର ସ୍ୱାଭିମାନ ବିଶ୍ଵାଳ ୫୬୮ ନମ୍ୱର ରଖି ଜିଲ୍ଲାରେ ଦ୍ବିତୀୟ ଶ୍ରେଷ୍ଠ ଛାତ୍ର ହୋଇଛନ୍ତି।

ସେହିଭଳି ଅନୁଗୁଳ ପିଟିସି ଉଚ୍ଚ ବିଦ୍ୟାଳୟର ଛାତ୍ର ବିନାୟକ ମହନ୍ତ ୫୬୩ ନମ୍ବର ରଖି ଗୁ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଏବଂ ଅନୁଗୁଳ ହାଇସ୍କୁଲ ର ଦୁଇଜଣ ଏ ୱାନ ପାଇଥିବା ସୂଚନା ମିଳିଛି।ଚଳିତ ବର୍ଷ ଘରୋଇ ସ୍କୁଲ ଠାରୁ ସରକାରୀ ସ୍କୁଲର ଫଳାଫଳ ଅଧିକ ଉତ୍ସାହଜନକ ହୋଇଥିବା ଆଉ ଏକ ଉଲ୍ଲେଖନୀୟ ଘଟଣା।

 

 

Share

Leave a Reply