ଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, ୭୬ଟି ରାଜସ୍ୱ ମାମଲାର କଲେ ଶୁଣାଣି

You are currently viewing ଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, ୭୬ଟି ରାଜସ୍ୱ ମାମଲାର କଲେ ଶୁଣାଣି

ଅନୁଗୁଳ : ଦିନିକିଆ ଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସଚ୍ଚିନ୍ ରାମଚନ୍ଦ୍ର ଯାଦବ। ସେ ଶୁକ୍ରବାର ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ରାଜସ୍ୱ ମାମଲାର ଶୁଣାଣି (କ୍ୟାମ୍ପ କୋର୍ଟ) କରିଛନ୍ତି। ଏହି ରାଜସ୍ୱ ମାମଲା ଶୁଣାଣିରେ ମୋଟ ୧୦୦ଗୋଟି ମାମଲାରୁ ୭୬ଟି ମାମଲାର ସମାଧାନ କରାଯାଇଥିଲା।

ଶିବିରରେ ଆଇନଜୀବୀ, ଆବେଦନକାରୀ, ଜିଲ୍ଲା ସ୍ତରୀୟ ରାଜସ୍ବ ଅଧିକାରୀ ଓ ସମ୍ବଲପୁର ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Share

Leave a Reply