ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍ ଲାଇଟ, କରାଯିବ ବିକଳ୍ପ ବ୍ୟବସ୍ଥା: ନଗର ଉନ୍ନୟନ ମନ୍ତ୍ରୀ

You are currently viewing ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍ ଲାଇଟ, କରାଯିବ ବିକଳ୍ପ ବ୍ୟବସ୍ଥା: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଏଣିକି ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ। ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ରେଡ ଲାଇଟ ହଟାଇବାକୁ ବିକଳ୍ପ ବ୍ୟବସ୍ଥା କରାଯିବ। ଓଭର ବ୍ରିଜ, ଆପ୍ରୋଚ ରୋଡ ପରି ବ୍ୟବସ୍ଥା କରାଯିବ। ଖୁବ୍ ଶୀଘ୍ର ଏ ନେଇ ବିଭାଗସ୍ତରୀୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।

ଅନ୍ୟପଟେ ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ହେବନି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି। ଟ୍ୱିନ୍‌ ସିଟିରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ ଚାଲୁ ରହିବ। ରାଜ୍ୟ ବଜେଟ୍‌ ପରେ ଆବଶ୍ୟକ ପଡିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନିଆଯିବ। ଡବଲ ଇଞ୍ଜିନ ସରକାର ନିଶ୍ଚିତ ଓଡ଼ିଶାକୁ ସହଯୋଗ କରିବେ ଓ କାମ ତ୍ୱରାନିତ୍ୱ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

Share

Leave a Reply