ଅନୁଗୁଳ: ଅନୁଗୁଳ ଗସ୍ତରେ ଆସିଥିବା ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଲେ ସମସ୍ୟା ଜଣାଇଛନ୍ତି ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ।
ଜିଲ୍ଲା ଟ୍ରକ ମାଲିକ ସଂଘ ଉପସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ ଓ କୋଷାଧ୍ୟକ୍ଷ ରଜତ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ରାଜସ୍ବ ମନ୍ତ୍ରୀଙ୍କୁ ଦେଖାକରି ସଂଘର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏ ଅବସରରେ ସଂଘର ଅଫିସ ପ୍ଲଟର ଲିଜ ପାଇଁ ମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇଛି। ଆଗକୁ ଏହି ସମସ୍ୟାକୁ ନେଇ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।
ଆଲୋଚନା ବେଳେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଉପସ୍ଥିତ ଥିଲେ।