ଅନୁଗୁଳ: ନବକୃଷ୍ଣଙ୍କ ନିଷ୍ଠାପର ଜନସେବା ଅନନ୍ୟ। ନବ-ମାଳତୀ ସ୍ମୃତୀ କମିଟି ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ସ୍ଥାପିତ ପ୍ରତିମୂର୍ତ୍ତି ଠାରେ ୪୦ତମ ପୂଣ୍ୟ ତିଥି ପାଳିତ। ନବକୃଷ୍ଣ ଚୌଧୁରୀ ଥିଲେ ନୀତିନିଷ୍ଠ ରାଜନୈତିକ ସନ୍ଥ,ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର ଭଗିରଥ,ଓଡ଼ିଶାର ରାଜନୀତି ଓ ଅର୍ଥନୀତିକ୍ଷେତ୍ରରେ ବହୁ ଐତିହାସିକ ସଂସ୍କାର ଆଣିଥିବା ଜଣେ ମୁଖ୍ୟମନ୍ତ୍ରୀ।
ଆତ୍ମବିଜ୍ଞାପନଠାରୁ ନିଜକୁ ସର୍ବଦା ଦୁରେଇ ରଖିଥିବା ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାର ତିନୋଟି ପ୍ରଭାସ ଶାଳୀ ଆନ୍ଦୋଳନ, ଚାଷୀ ଆନ୍ଦୋଳନ, ନିଶା ଆନ୍ଦୋଳନ, ଭାଷା ଆନ୍ଦୋଳନ ପୁରୋଧା ଥିଲେ। ଓଡ଼ିଶାର ସଂସ୍କୃତିକ ଜୀବନକୁ ତାଙ୍କର ଅବଦାନ ପ୍ରାୟତଃ ଆଲୋଚନା ହୋଇ ନଥାଏ। ଓଡ଼ିଆ ଭାଷାକୁ ସରକାରୀ ଦପ୍ତରି ଭାଷା କରିବା ପାଇଁ ପ୍ରଥମେ ଆଇନ ପ୍ରଣୟନ କରିଥିଲେ ନବକୃଷ୍ଣ ଚୌଧୁରୀ ୧୯୫୪ ମସିହାରେ। ସେଥିପାଇଁ ସ୍ବର୍ଗତ ରଙ୍ଗନାଥ ମହାପାତ୍ର ଓଡିଆ କି ବୋର୍ଡ ତିଆରି କରିଥିଲେ ଓ ରେମିଙ୍ଗଟନ କମ୍ପାନୀ ଟାଇପ ରାଇଟର ତିଆରି କରିଥିଲେ।
ଶାନ୍ତିନିକେତନରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଖୋଲିବା ପାଇଁ ତାଙ୍କ ସରକାର ୬୦,୦୦୦ ଟଙ୍କା ଦାନ କରିଥିଲେ। ବିଖ୍ୟାତ ନାଟ୍ୟଗୁରୁ କେଳୁଚରଣଙ୍କୁ ପୃଷ୍ଠପୋଷାକତା କରିବା ସହ ତାଙ୍କ ଗ୍ରାମ ରଘୁରାଜପୁରର ଲୁପ୍ତପ୍ରାୟ ଓଡିଶୀ ଚିତ୍ରକଳାକୁ ପୁନଃଜୀବନ ଦେବାରେ ଓ ତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଦିଗରେ ନବକୃଷ୍ଣ ଙ୍କଅବଦାନ ଅତୁଳନୀୟ। ଏହି ଅବସରରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ପ୍ରତାପ ପ୍ରଧାନ ନବକୃଷ୍ଣଙ୍କ ପ୍ରିୟ ସୂତା ମାଳ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ବିଶ୍ବରଞ୍ଜନ ପ୍ରଧାନ,ବରିଷ୍ଠ ଆଇନଜିବୀ ଦିଲୀପ କୁମାର ଦାସ ସାମାଜିକ କର୍ମୀ କଲ୍ୟାଣ କିଶୋର ମହାନ୍ତି,ପର୍ଶୁରାମ ଦାଶ,ପ୍ରତାପ ମହାପାତ୍ର,ସରିତା ମିଶ୍ର ବିଦ୍ୟାଧର ନାୟକ,ନିରୋଦ ସାହୁ, ବରିଷ୍ଠ , ପ୍ରଦ୍ୟୁମ୍ନ ନାୟକ,ଜୟନ୍ତ କର,ଆଦ୍ୟଶ୍ଳୋକ ମିଶ୍ର ଆଦି ଉପସ୍ଥିତ ଥିଲେ।