ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ପଞ୍ଚାୟତରେ ବଣିନାଳୀ ବିଶ୍ଵ ଯୁବ କେନ୍ଦ୍ର ତରଫରୁ ତିନି ଦିନିଆ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତ ଅଗଷ୍ଟ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ କୁଦଗାଁ, ଲୁହାସିଙ୍ଗା ଏବଂ ଜାମୁଡ଼ୋଳି ପଞ୍ଚାୟତର ବାଲି କୁଦଗାଁ, ହିଂସେଇ, ପତାକା, ରାଣୀପଖାଳ, ମାଳିସାହି ସମେତ ବିଭିନ୍ନ ଗ୍ରାମରେ ଚିହ୍ନଟ ହୋଇଥିବା ୨୫୦୧ଟି ବନ୍ୟାଜଳ ବିପନ୍ନ ପରିବାରକୁ ଆଶ୍ରୟ ଓ ସ୍ବଚ୍ଛତା କିଟ୍ ପ୍ରଦାନ କରାଯାଇଛି।
ଉକ୍ତ କିଟ୍ରେ ପାଲ, ବାଲଟି, ମଶାରୀ, ଦଉଡି, ଟୁଥବ୍ରୋଶ, ଟୁଥପେଷ୍ଟ, ସାବୁନ ଏବଂ ସାନିଟାରି ପ୍ୟାଡ୍ ଆଦି ଜରୁରୀ ସାମଗ୍ରୀ ରହିଥିଲା। ଏହି ରିଲିଫ୍ କାର୍ଯ୍ୟକ୍ରମକୁ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ସିଦ୍ଧାର୍ଥ ଶଙ୍କର ଖେତି, ସୁଦର୍ଶନ ଗାଇଗରିଆ, ପ୍ରଭାକର ପ୍ରଧାନ ଏବଂ ସଂଗଠନର ସଭାପତି ବସନ୍ତ କୁମାର ପ୍ରଧାନ, ସମ୍ପାଦକ ମନୋଜ କୁମାର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।











