ସ୍ୱାସ୍ଥ୍ୟ ଶିବିର, ଆଲୋକୀକରଣ, ନଳକୂପ ସ୍ଥାପନ ଆଦି ୭ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ରେମୁଆଁ ଗ୍ରାମ୍ୟ କମିଟ

0

ତାଳଚେର: ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ-୧୨ ରେମୁଆଁ ଅଞ୍ଚଳର ପାରିପାର୍ଶ୍ଵିକ ଉନ୍ନତି ପାଇଁ ଗ୍ରାମ୍ୟ କମିଟି ପକ୍ଷରୁ ୭ ଦଫା ଦାବି ନେଇ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ଦାବି ମୁତାବକ, ଲିଙ୍ଗରାଜ କୋଇଲା ଖଣି ନିକଟରେ ରେମୁଆଁ ଗାଁ ରହିଥିବାରୁ ପ୍ରଦୂଷିତ ହେଉଛି। ଫଳରେ ଅଞ୍ଚଳବାସୀ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଏଣୁ ଗାଁରେ ପ୍ରତି ମାସ ସ୍ୱାସ୍ଥ୍ୟ ଶିବିର କରିବାକୁ ଦାବି ହୋଇଛି। ସେହିଭଳି ଶ୍ମଶାନରେ ଶବ ସତ୍କାର ପାଇଁ ସେଡ୍‌, ପାଚେରୀ, ନଳକୂପ ସ୍ଥାପନ, ବୃକ୍ଷରୋପଣ, ନୂତନ ପୋଖରୀ ଓ ନଳକୂପ ଖନନ, ଲିଙ୍ଗରାଜ ଛକ ଠାରୁ ରେମୁଆଁ ଶ୍ମଶାନ ପର୍ଯ୍ୟନ୍ତ ସ୍ୱେରେଜ୍ ଡ୍ରେନ୍ ନିର୍ମାଣ କରିବାକୁ ଦାବି ରହିଛି। ଏଥିସହ ଗ୍ରାମରେ ସ୍ୱାଗତ ଓ ବିଦାୟ ତୋରଣ ନିର୍ମାଣ, ଯୁବଜ୍ୟୋତି କ୍ଲବର ସଭାଗୃହ ନିର୍ମାଣ, ଅଙ୍ଗନୱାଡି କେନ୍ଦ୍ରକୁ କଲର କରାଯିବା ସହ ପିଲାଙ୍କ ପାଠ ପଢ଼ା ପାଇଁ ଚେୟାର ଟେବୁଲ୍ ପ୍ରଦାନ କରାଯିବା, ବାଙ୍କଧରା ଛକ ଠାରୁ ବାଇପାସ୍ ପର୍ଯ୍ୟନ୍ତ ପ୍ରତିଦିନ ରାସ୍ତାରୁ ଧୂଳି ଉଠାଇବା ସହ ପାଣି ସିଂଚନ କରିବା, ମୁଖ୍ୟ ଛକ ମାନଙ୍କରେ ହମ୍ପସ୍ ଓ ରାସ୍ତା କଡ଼ରେ ବୃକ୍ଷରୋପଣ ସହ ଆଲୋକ ବ୍ୟବସ୍ଥା କରିବାକୁ ଦାବି ପତ୍ରରେ ଉଲ୍ଲେଖ ରହିଛି।

ଆସନ୍ତା ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ରେମୁଆଁ ଗ୍ରାମବାସୀ ଲିଙ୍ଗରାଜ କୋଇଲାଖଣି କାର୍ଯ୍ୟାଳୟକୁ ବନ୍ଦ କରିବା ସହିତ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଗ୍ରାମ୍ୟ କମିଟିର ସଭାପତି ବାବୁଲାଲ୍ ଖଣ୍ଡୁଆଳ, ମୁଖ୍ୟ ପରାମର୍ଶଦାତା ବିରଜା ଶଙ୍କର ମିଶ୍ର, ସଂପାଦକ ସୁଲେଖ ସେଠୀ, କାର୍ଯ୍ୟକାରୀ ସଭାପତି ରଂଜନ କୁମାର ଖଣ୍ଡୁଆଳ, ସହ ସଂପାଦକ ଲକ୍ଷ୍ମଣ ମହାରଣା, କୋଅର୍ଡିନେଟର ବିରେନ୍ଦ୍ର ଖଣ୍ଡୁଆଳ, ଅଲେଖ ସେଠୀ, କ୍ଷେତ୍ରବାସୀ ନାଏକ, ଗୋଲେଖ ସେଠୀ, ଚନ୍ଦ୍ରମଣି ନାଏକ, ଅନୀଲ ବରାହ, ତପନ ସେଠୀ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!