ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକଙ୍କ ପାଇଁ ପ୍ରଶିକ୍ଷଣ ଶିବିର, ନିରପେକ୍ଷ ଖବର ପ୍ରସାରଣ କରିବାକୁ ପରାମର୍ଶ

You are currently viewing ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକଙ୍କ ପାଇଁ ପ୍ରଶିକ୍ଷଣ ଶିବିର, ନିରପେକ୍ଷ ଖବର ପ୍ରସାରଣ କରିବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଶିବିରର ମୁଖ୍ୟ ବକ୍ତା ତଥା ପ୍ରଶିକ୍ଷକ ଭାବେ ବରିଷ୍ଠ ସାମ୍ୱାଦିକ ଅର୍ଦ୍ଧେନ୍ଦୁ ଦାସ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ଦାସ କିପରି ଭାବରେ ଆଜିର ସାମ୍ୱାଦିକ କାର୍ଯ୍ୟ କରିବା ଉଚିତ ସେ ବିଷୟରେ ଉପଦେଶ ଦେଇଥିଲେ। ନିର୍ଭୟ ଓ ନିରପେକ୍ଷ ହୋଇ ଲୋକଙ୍କ ସମସ୍ୟାକୁ ଉଠାଇବାକୁ ସେ କହିଥିଲେ। ବିରୁଦ୍ଧରେ ଖବର ପ୍ରସାରଣ ହୋଇଥିବା ବ୍ୟକ୍ତି ଓ ସରକାର ପ୍ରତିଶୋଧ ପରାୟଣ ହୋଇ ହଇରାଣ କରିବେ। କିନ୍ତୁ ପ୍ରକୃତ ଖବରଦାତାର ଆନନ୍ଦ ସେହି ଖବରର ପ୍ରତିକ୍ରିୟାରେ ରହିଥାଏ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ ଆଜିର ସାମ୍ୱାଦିକର ରୋଜଗାର ବହୁତ କମ ରହିଥିବାରୁ ସାମ୍ବାଦିକତା କରିବାକୁ ଇଚ୍ଛୁକ ବ୍ୟକ୍ତି ନିଜର ଅନ୍ୟ କିଛି ରୋଜଗାର ପନ୍ଥା ରଖିବା ଉଚିତ। ଫଳରେ ସେ ମୁକ୍ତ ଭାବେ ସାମ୍ବାଦିକତା ବୃତ୍ତି କରିପାରିବ। ଶେଷରେ ସାଧାରଣ ସମ୍ପାଦକ ବିଜୟ କୁମାର ଦେ ଧନ୍ୟବାଦ ଦେଇଥିଲେ।

Share

Leave a Reply