ଅନୁଗୁଳ: ଚଳିତ ଲକ୍ଷ୍ମୀ ପୂଜା ପାଇଁ ଯାନବାହନ ଚଳାଚଳ ଉପରେ ଅନୁଗୁଳ ପୋଲିସ ପକ୍ଷରୁ କଟକଣା ଲାଗୁ କରାଯାଇଛି। ଅକ୍ଟୋବର ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୪ ଟା ଠାରୁ ରାତି ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ୫୫ ନମ୍ବର ଜାତୀୟ ରାଜପଥର ରାଜ ହୋଟେଲ୍ ଛକ ଠାରୁ ହୁଲୁରିସିଂହା ଛକ ଯାଏଁ ସିଧା ସଳଖ ଚାରି ଚକିଆ ଓ ଭାରି ଯାନ ଯାଇ ପାରିବେ ନାହିଁ। ରାଜ ହୋଟେଲ୍ ଛକରୁ ବାମକୁ ବୁଲି ତମ୍ରିତ କଲୋନୀ ଦେଇ ହୁଲୁରିସିଂହା ଛକରେ ବାହାରିବେ।
ସେହିପରି ସମ୍ବଲପୁର ପଟୁ ଆସୁଥିବା କାର ଓ ଭାରି ଯାନ ହୁଲୁରିସିଂହାରୁ ଗାନ୍ଧୀ ମାର୍ଗ, ଡିଆଇସି ଛକ, ଶିମିଳିପଡ଼ା ଦେଇ ରାଜ ହୋଟେଲ ଛକରେ ବାହାରିବେ ପୋଲିସ,ଆମ୍ବୁଲାନ୍ସ,ଅଗ୍ନିଶମ ସେବା ଗାଡ଼ି ଓ ସରକାରୀ ଗାଡ଼ି କଟକଣାରୁ ବାଦ୍ ପଡ଼ିବେ। ଅପରାହ୍ନ ୪ ଟାରୁ ରାତି ୧୦ ଟା ମଧ୍ୟରେ ରାଜା ଛକ, ବୁଢୀ ଠାକୁରାଣୀ ଛକ,ପୁରୁଣା ସୂଚନା ବଜାର ଛକ,ଗାନ୍ଧୀ ମାର୍ଗ ଛକ ଓ ହରିମହୁରୀ ଛକରୁ ବଜାର ଭିତରକୁ ଦୁଇ ଚକିଆ ଯାନ ମଧ୍ୟ ଛଡା ଯିବ ନାହିଁ।
ମହିଧରପୂର ପଟୁ ଆସୁଥିବା ଗାଡି ଗୁଡ଼ିକ ଜଗନ୍ନାଥ ମାର୍କେଟ କିମ୍ବା ଅନୁଗୁଳ ହାଇସ୍କୁଲ ପଡିଆ ପଡ଼ିଆରେ ପାର୍କିଂ କରିବେ। ହେମସୁରପଡ଼ା ପଟୁ ଆସୁଥିବା ଗାଡି ଗୁଡ଼ିକ ମାଛ ମାର୍କେଟ ନିକଟରେ ପାର୍କିଂ କରିବେ। ଯାନ ବାହାନ ଚଳାଚଳ ଜନିତ ଏହି କଟକଣା ନେଇ ଜନ ସାଧାରଣ ପୋଲିସ ସହ ସହଯୋଗ କରିବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି।











