୪ ମାସ ପରେ ଛେଣ୍ଡିପଦା ପୋଲିସକୁ ସଫଳତା: ୨ ଚୋରି ମୋଟର ସାଇକେଲ ଉଦ୍ଧାର, ୪ ଗିରଫ

You are currently viewing ୪ ମାସ ପରେ ଛେଣ୍ଡିପଦା ପୋଲିସକୁ ସଫଳତା: ୨ ଚୋରି ମୋଟର ସାଇକେଲ ଉଦ୍ଧାର, ୪ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ପୋଲିସ ବୁଧବାର ୨ଟି ଚୋରି ମୋଟର ସାଇକେଲ ଉଦ୍ଧାର କରିବା ସହିତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, କମ୍ପସଲା ଗ୍ରାମର ଅଶ୍ୱିନୀ କୁମାର ସାହୁଙ୍କ ପରିବାର ଲୋକେ ୨୦୨୩ ନଭେମ୍ବର ୨୫ ତାରିଖ ରାତିରେ ଖାଇପିଇ ଶୋଇଥିବା ବେଳେ ଦୁର୍ବୃତ୍ତ ତାଙ୍କ ଘରର ଛାତ ଉପରେ ଚଢି ପାହାଚରେ ଘର ଭିତରକୁ ପଶି ଘର ଭିତରୁ ୫ ହଜାର ଟଙ୍କା, ୨ଟି ମୋବାଇଲ ଓ ଏକ ୟୁନିକର୍ଣ୍ଣ ମୋଟର ସାଇକେଲକୁ ଚୋରି କରି ନେଇ ଯାଇଥିଲେ। ସକାଳେ ପରିବାର ଲୋକ ଘରୁ ଚୋରି ହୋଇଥିବା ଜାଣିବା ପାଇଥିଲେ। ଏ ନେଇ ଅଶ୍ୱିନୀ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଛେଣ୍ଡିପଦା ପୋଲିସ କେସ ନଂ ୫୧୯/୨୩ରେ ମାମଲା ରୁଜୁ କରିବା ସହିତ ପୋଲିସ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ବେଳେ ପୋଲିସ କଣିହାଁ ଥାନା ବଇଣ୍ଡା ଗ୍ରାମର ବାବୁଲା ଦେହୁରୀ ଓ ରୁଦ୍ର ଦେହୁରୀ ଚୋରି କରିଥିବା ନେଇ ଜାଣିବାକୁ ପାଇଥିଲା। ପୋଲିସ ଚଢ଼ାଉ କରି ଉକ୍ତ ୨ଜଣଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସେମାନେ ଚୋରୀ କରିଥିବା ସ୍ୱୀକାର କରିବା ସହିତ ଚୋରି ମୋଟର ସାଇକେଲକୁ ନିଶାଶିଳ୍ପାଞ୍ଚଳ ଥାନା ରାଇଝରଣ ଗ୍ରାମରେ ବିକ୍ରି କରିଥିବା ପ୍ରକାଶ କରିଥିଲେ। ପୋଲିସ ରାଇଝରଣ ଗ୍ରାମରେ ଚଢ଼ାଉ କରି ଚୋରି ହୋଇଥିବା ଦୁଇଟି ମୋଟର ସାଇକେଲ ଉଦ୍ଧାର କରିବା ସହିତ ଚୋରି ମୋଟର ସାଇକେଲ କିଣିବା ଅଭିଯୋଗରେ ରାଇଝରଣ ଗ୍ରାମର ଗୌରାଙ୍ଗ ଚରଣ ଦେହୁରୀ ଓ କପିଳେନ୍ଦ୍ର ପ୍ରଧାନଙ୍କୁ ଗିରଫ କରିଥିଲେ। ଗିରଫ ୪ ଜଣଙ୍କୁ ବୁଧବାର ପୋଲିସ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Share

Leave a Reply