ଅନୁଗୁଳ: କୁମଣ୍ଡ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଅନୁଗୋଳ ଜିଲ୍ଲା ୬୬୨ ବର୍ଗ ମହାବିଦ୍ୟାଳୟର ଜିଲ୍ଲା ସଭାପତି ପ୍ରଭାତ କୁମାର ସିହ୍ନା ଆଜି ଅବସର ନେଉଥିବାରୁ ଏ ବାବଦରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ରାଜନିତୀ ବିଜ୍ଞାନ ବିଭାଗର ଅଧ୍ୟାପକ ଲକ୍ଷ୍ମୀଧର ବେହେରା ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ରୂପେ ହିଙ୍ଗୁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ ପଟ୍ଟନାୟକ ଯୋଗ ଦେଇ ଶ୍ରୀଯୁକ୍ତ ସିହ୍ମାଙ୍କ ପ୍ରତିଭା ସଂକ୍ରାନ୍ତରେ ବର୍ଣ୍ଣନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ଗଡତଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରଧ୍ୟକ୍ଷ ନରେନ୍ଦ୍ର କୁମାର ପାଇକରାୟ, ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଜ୍ଞାନେନ୍ଦ୍ର ବିଶ୍ଵାଳ, ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଧନଞୟ ଦନ୍ତା,ଶ୍ରୀ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବଡକେରା ର ଅଧ୍ୟକ୍ଷ ବୈରାଗୀ ଚରଣ ମହାରଣ, ଅଧ୍ୟାପକ ଯଶୋବନ୍ତ ସାହୁ, ଷୋଳପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରବୀଣ କୁମାର ସାହୁ, କୁମଣ୍ଡ ଜରା ସିଂହ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଦମୟନ୍ତୀ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ତାଙ୍କର ଅବସର ପରବର୍ତ୍ତୀ ସମୟ ସୁଖ,ଶାନ୍ତି ଓ ନିରାମୟ ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଛାତ୍ରଛାତ୍ରୀ ମାନେ ବିଦାୟି ଅଧ୍ୟକ୍ଷ ଜଣେ ଛାତ୍ର ବତ୍ସଳ ବ୍ୟକ୍ତି ଥୁଲେ ବୋଲି ମତବ୍ୟକ୍ତ କରିଥିଲେ। ସଭାକାର୍ଯ୍ୟ ଶେଷରେ ବିଦାୟି ଅଧ୍ୟକ୍ଷ ପ୍ରଭାତ କୁମାର ସିହ୍ମା ନୂତନ ଅଧ୍ୟକ୍ଷା ଶ୍ରୀମତୀ ରଶ୍ମି ରେଖା ଲେଙ୍କାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ।
ଅଧ୍ୟକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
- Post published:January 31, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul