ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା, ଗ୍ରାମ ପରିକ୍ରମା କରିବା ସହ ସମ୍ମାନିତ କଲେ ଛାତ୍ରଛାତ୍ରୀ

You are currently viewing ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା, ଗ୍ରାମ ପରିକ୍ରମା କରିବା ସହ ସମ୍ମାନିତ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅବସର ନେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ। ଏ ଅବସରରେ ସ୍କୁଲ ପକ୍ଷରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୋଲିସ ଅଧିକାରୀ ତପନ କୁମାର ନାୟକ ଯୋଗ ଦେଇ ମଞ୍ଚ ପରିଚାଳନା କରିବା ସହ ବିଦ୍ୟାଳୟର ରୂପରେଖ ଏବଂ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ଓ ମହନୀୟତା ଉପରେ ଆଲୋକପାତ କରିଥିଲେ।

ଛାତ୍ରଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ରଧାନ ଶିକ୍ଷକ ମଧ୍ୟ ଚାକିରି ଜୀବନରେ ବିତିଯାଇଥିବା ବିଭିନ୍ନ ଅନୁଭୂତି ଓ ଅଭିଜ୍ଞତା ପ୍ରକାଶ କରିବା ସହ ସ୍ମୃତି ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କୁ ଖାତା କଲମ ପ୍ରଦାନ କରିଥିଲେ। ପରେ ପ୍ରଧାନ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କରାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ରଘୁନାଥ ନାଏକ, ନବୀନ କୁମାର ବେହେରା, ପ୍ରଶାନ୍ତ ଗଡ଼ନାୟକ, ଧ୍ରୁବଚରଣ ପ୍ରଧାନ, ଅମୂଲ୍ୟ କୁମାର ମିଶ୍ର, ପରିଚାଳନା କମିଟି ଅଧ୍ୟକ୍ଷ ସତ୍ୟବାନ ସାହୁ, ସଦସ୍ୟ ବିଦ୍ୟାଧର ମାହାର ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply