ପ୍ରଧାନଶିକ୍ଷକ କେଦାର ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

You are currently viewing ପ୍ରଧାନଶିକ୍ଷକ କେଦାର ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଅନୁଗୁଳ: ଅନୁଗୁଳ ବ୍ଲକ ବେଡ଼ାଶାସନ ଗ୍ରାମପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ପ୍ରଧାନଶିକ୍ଷକ କେଦାର ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଗତ ୨୮ ବର୍ଷ ଧରି ସେ ବିଜ୍ଞାନ ଶିକ୍ଷକ ଭାବେ ଶିକ୍ଷାଦାନ କରିଥିଲେ। ଗତ ଜୁନରେ ସେ ଅନୁଗୁଳ ପିଟିସି ଉଚ୍ଚ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ଅବସର ନେଇଥିଲେ। ଶ୍ରୀ ବେହେରାଙ୍କୁ ୧୯୮୯ ବ୍ୟାଚର ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ସୌମେନ୍ଦ୍ର ବିଶ୍ଵାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କେତନ ପ୍ରଧାନ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ଦେବରାଜ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଲଳିତ ବେହେରା, ପ୍ରଶାନ୍ତ କୁମାର ବିଶ୍ୱାଳ, ସୁବ୍ରତ କୁମାର କର, ଯତୀନ ଦ୍ୱିବେଦୀ, ଗଗନ ବାରିକ, ଅଶୋକ ସାହୁ, ସଂଜୀବ ଦ୍ଵିବେଦୀ, ମନୋଜ ଅମାନ୍ତଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Share

Leave a Reply