ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବଡ଼କନ୍ତକୁଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ଶିକ୍ଷକ ଦିଲ୍ଲୀପ କୁମାର ସାମଲଙ୍କ ଚାକିରୀ ଗୁରୁବାର ଶେଷ ହୋଇଛି। ଏଥିପାଇଁ ଆୟୋଜିତ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ରବି ନାରାୟଣ ବେହେରା ଅଧ୍ୟକ୍ଷତା କରିଥିଲେ। ସଭାରେ ସ୍ଥାନୀୟ ସରପଞ୍ଚ ସ୍ୱର୍ଣ୍ଣପ୍ରଭା ବିଶ୍ୱାଳ, ସମାଜସେବୀ ଜଳଧର ବିଶ୍ୱାଳ ଓ ପୂର୍ବତନ ଶିକ୍ଷକ ଦାମଦର ବାଡିଆ ପ୍ରମୁଖ ସାମିଲ ହୋଇ ଶ୍ରୀ ସାମଲ ଗୁଣଗାନ କରିଥିଲେ। ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।
ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
- Post published:June 30, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Swagatika Samantray
Tags: Angul