ଲାଞ୍ଚ ନେବା ଅଭିଯୋଗରେ ରାଜସ୍ବ ନିରୀକ୍ଷକଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ

You are currently viewing ଲାଞ୍ଚ ନେବା ଅଭିଯୋଗରେ ରାଜସ୍ବ ନିରୀକ୍ଷକଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ସ୍ପେସିଆଲ ଜଜ୍ ତଥା ଭିଜିଲାନ୍ସ କୋର୍ଟ ୨୦୧୩ ମସିହାର ଲାଞ୍ଚ ନେବା ମାମଲାରେ କୁମୁରିସିଂହାର ରେଭେନ୍ୟୁ ଇନ୍ସପେକ୍ଟର ଗୁଣନିଧି ନାଏକଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଅଞ୍ଜନା ବେହେରାଙ୍କ ମ୍ୟୁଟେସନ୍ କେସ୍ ପାଇଁ ଲାଞ୍ଚ ଦାବି କରି ଗୁଣନିଧି କାମ କରୁ ନ ଥିଲେ। ଅଞ୍ଜନା ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଲାଞ୍ଚ ନେବା ବେଳେ ତାଙ୍କୁ ଧରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଶୁଣାଣି ପରେ ଶୁକ୍ରବାର କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

Share

Leave a Reply