ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ସୋମବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପ୍ରାୟ ୧୦୦ ଟି ନୂତନ ଶ୍ରେଣୀ ପ୍ରକୋଷ୍ଠ, ମିଟିଂ ହଲ, ଲାଇବ୍ରେରୀ, କମନରୁମ୍ ଆଦି ପାଇଁ ଏହି ବୈଠକରେ ବସିଥିଲା। ଡି ଏମ ଏଫ୍ ପକ୍ଷରୁ ଏନ୍ ପି ସି ସି ଯନ୍ତ୍ରୀ, କଲେଜର ପୂର୍ବତନ ଛାତ୍ର ପ୍ରତିନିଧିମାନେ ଅଂଶଗ୍ରହଣ କରି ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ ଯେ ଉଭୟ ୟୁଜି ଓ ପିଜି ପିଲାଙ୍କ ଶିକ୍ଷାଦାନ ପାଇଁ କୋଠରୀର ଅଭାବ ଥିବାରୁ ଏହି ନୂଆ କୋଠରୀ ନିର୍ମାଣ ହେଲେ ଶିକ୍ଷାଦାନ ସହଜ ହୋଇ ପାରିବ। କଲେଜ ଅଧ୍ୟକ୍ଷ ଡା. ବସନ୍ତ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସମୀକ୍ଷା ବୈଠକ ସଫଳ ହୋଇଥିବା ସୂଚନା ମିଳିଛି।


