ସାଂସଦଙ୍କ ମୋସ୍କୁଲ ଅଭିଜାନ କାର୍ଯ୍ୟକ୍ରମର ସମୀକ୍ଷା

You are currently viewing ସାଂସଦଙ୍କ ମୋସ୍କୁଲ ଅଭିଜାନ କାର୍ଯ୍ୟକ୍ରମର ସମୀକ୍ଷା

ଅନୁଗୁଳ: ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଉପସ୍ଥିତିରେ ମଙ୍ଗଳବାର ଓଡିଶା ସରକାର ଓ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମୋ ସ୍କୁଲ ଅଭିଜାନ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ସାଂସଦ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ସମସ୍ତ ଶିକ୍ଷୟତ୍ରୀ ମାନଙ୍କ ସହିତ ମୋ ସ୍କୁଲ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କଲେ। ଏଥିସହ ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ସହିତ ମୋ ସ୍କୁଲ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କଲେ। ଓଡିଶା ସରକାରଙ୍କର ରୂପାନ୍ତରଣ ଯୋଜନାରେ ବିଦ୍ୟାଳୟ ଗୁଡ଼ିକର ନବକଳେବର କରାଇ ସ୍ମାର୍ଟ କ୍ଲାସ, କମ୍ପ୍ୟୁଟର ଲ୍ୟାବ, ଅତ୍ୟାଧୁନିକ ପରୀକ୍ଷାଗାର ପାଇଁ ଚାଲିଥିବା ସମସ୍ତ କାର୍ଯ୍ୟ ବୁଲି ଦେଖିଲେ। ଏହି କାର୍ଯ୍ୟକ୍ରମକୁ ତ୍ତ୍ବରାନ୍ବୀତ କରିବା ସହିତ ଅଧୀକରୁ ଅଧିକ ପୂରାତ୍ତନ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେବାଇଥିଲେ। ବିଦ୍ୟାଳୟର ବିକାଶ ପାଇଁ ସମସ୍ତ ସହଯୋଗ ଯୋଗେଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ। ଏହି ପରିଦର୍ଶନ ସମୟରେ ସାଂସଦଙ୍କ ସହିତ ଯୁବ ବିଜେଡି ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଓ ପ୍ରତାପ ମହାପାତ୍ର ଉପସ୍ଥିତ ଥିଲେ।

Share

Leave a Reply