ବେଆଇନ ମଦ ଫ୍ୟାକ୍ଟ୍ରିରେ ଚଢ଼ଉ: ୪୦୦ ରୁ ଅଧିକ ଲିଟର ଦେଶୀ ମଦ ଜବତ, ୨ ଅଟକ

You are currently viewing ବେଆଇନ ମଦ ଫ୍ୟାକ୍ଟ୍ରିରେ ଚଢ଼ଉ: ୪୦୦ ରୁ ଅଧିକ ଲିଟର ଦେଶୀ ମଦ ଜବତ, ୨ ଅଟକ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଡେରେଙ୍ଗ ଗ୍ରାମରେ ଶୁକ୍ରବାର କଣିହାଁ ଥାନା ପୋଲିସ ଓ ତାଳଚେର ଅବକାରୀ ବିଭାଗ ତରଫରୁ ମିଳିତ ଚଢ଼ଉ କରାଯାଇ ୪୦୦ ରୁ ଅଧିକ ଲିଟର ଦେଶୀ ମଦ ସହିତ ମଦ ରନ୍ଧାରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଅଟକ ରଖିଛି ପୋଲିସ।

ସୂଚନା ମୁତାବକ, ମଦ କାରବାରକୁ ନେଇ ଅନୁଗୁଳ ଜିଲ୍ଲାର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଅଧିକାରୀଙ୍କ ସହିତ କଣିହାଁ ଥାନା ପୋଲିସ ଓ ଅବକାରୀ ବିଭାଗର ପଦାଧିକାରୀ ମାନେ ଚଢ଼ଉ କରିଥିଲେ। ଏହା ବାଦ ବିପୁଳ ପରିମାଣର ୨୨ ରୁ ଅଧିକ ପ୍ଲାଷ୍ଟିକ ଡ୍ରମ ଥିବା ମହୁଲ ପୋଚ ନଷ୍ଟ କରାଯାଇଛି। ମଦ କାରବାର ଚାଲାଣରେ ବ୍ୟବହୃତ ବାଇକ ଓ ଫ୍ରିଜ୍ ଜବତ ହୋଇଛି। ପୋଲିସ ଓ ଅବକାରୀ ବିଭାଗ ତରଫରୁ ପୃଥକ ପୃଥକ ମାମଲା ରୁଜୁକୁ ନେଇ ଦୁଇ ଜଣ ବ୍ୟକ୍ତିକୁ ଅଟକ ରଖାଯାଇ ଅନ୍ୟମାନଙ୍କ ସମ୍ପୃକ୍ତିକୁ ନେଇ ତଦନ୍ତ ଜାରି ରହିଛି।

Share

Leave a Reply