ବେଆଇନ ବାଣ ତିଆରି କାରଖାନା ଉପରେ ସ୍ପେଶାଲ ସ୍କ୍ୱାର୍ଡ ଉପରେ ଚଢ଼ଉ, ୨ ଅଟକ

You are currently viewing ବେଆଇନ ବାଣ ତିଆରି କାରଖାନା ଉପରେ ସ୍ପେଶାଲ ସ୍କ୍ୱାର୍ଡ ଉପରେ ଚଢ଼ଉ, ୨ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଜରଡ଼ା ଗାଁରେ ବେଆଇନ ବାଣ ତିଆରି କାରଖାନା ଉପରେ ଚଢ଼ଉ କରିଛି ସ୍ପେଶାଲ ସ୍କ୍ୱାର୍ଡ। ଚଢ଼ଉ ସମୟରେ କାରଖାନାରୁ ବିପୁଳ ପରିମାଣର ବାଣ, ବାଣ ତିଆରି ସାମଗ୍ରୀ ଓ ବାରୁଦ ଜବତ ହୋଇଛି। ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଚଳାଇଛି

ସୂଚନା ମୁତାବକ, ଜରଡ଼ା ଗାଁରେ ବେଆଇନ ବାଣ ତିଆରି କାରଖାନା ଚାଲୁଥିବା ଖବର ବିଶ୍ୱସ୍ତ ସୂତ୍ରରୁ ଜାଣିବା ପରେ ଅନୁଗୁଳ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶାଲ ସ୍କ୍ୱାର୍ଡ଼ ଚଢ଼ଉ କରି ୨ ଜଣଙ୍କୁ ବାନ୍ଧିଛି।

Share

Leave a Reply