ଅନୁଗୁଳ: ଖାଇବା ପାର୍ସଲ ନେଲେ । ଟଙ୍କା ଦେଲା ବେଳକୁ କିନ୍ତୁ ମାଗିଲେ ଡିସକାଉଣ୍ଟ। ହେଲେ ଦୋକାନୀ ଟଙ୍କାଟିଏ ବି ଛାଡ଼ିଲେନି । ସମ୍ପୂର୍ଣ୍ଣ ଟଙ୍କା ନଦେଲେ ଖାଇବା ଥୋଇ ଦିଅ ବୋଲି କହିଲେ । ଏତିକିରେ ସ୍ଥାନୀୟ ଯୁବକଙ୍କ ମୁଣ୍ଡକୁ ରାଗ ଚଢ଼ିଗଲା । କିଛି ସହଯୋଗୀଙ୍କୁ ଡାକି ଆତଙ୍କ ଖେଳାଇଲେ । ଖଣ୍ଡା ବୁଲିଲା, କଟରାରେ ମାରିବାକୁ ଆକ୍ରମଣ କଲେ । ରାଗ ଶାନ୍ତ ହେଲାନି ଯେ ହୋଟେଲ ମାଲିକଙ୍କ ବାପାଙ୍କୁ ନିର୍ଧୁମ୍ ଛେଚିଲେ । ହୋଟେଲରେ ବସି ଲୋକ ଖାଉଥିବା ବେଳେ ଅଭିଯୁକ୍ତ ଖାଦ୍ୟ ସବୁ ଫୋପାଡି ପକାଇଲେ । ଦୀର୍ଘ ସମୟ ହଙ୍ଗାମା କରିବା ପରେ ହୋଟେଲର ଟଙ୍କା ବାକ୍ସରେ ଥିବା ଟଙ୍କାକୁ ଧରି ଚମ୍ପଟ ମାରିଲେ । ଅନୁଗୁଳ ସହରରେ ଶୁକ୍ରବାର ଅପରାହ୍ନ ୨ଟା ବେଳେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଖୋଳତାଡ ଚଳାଇଛି ।
ହୋଟେଲରେ ବୁଲିଲା ଖଣ୍ଡା
- Post published:February 21, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul