ଅନୁଗୁଳ: ସ୍ଥାନୀୟ ୫୫ ନମ୍ବର ଜାତୀୟ ରାଜପଥ ମରାତିରା ନିକଟରେ ଏକ ଟ୍ରକ ସହ ଅଟୋ ଧକ୍କା ହେବା ଫଳରେ ଦୁଇ ଜଣ ମହିଳା ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଅଟୋ ଡ୍ରାଇଭରଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି।
ସୂଚନା ମୁତାବକ, ଅଟୋଟି ମହିଧରପୁରରୁ ଦୁର୍ଗାପୁର ଅଭିମୁଖେ ଆସୁଥିବା ସମୟରେ ଟ୍ରକ ସହ ଧକ୍କା ହୋଇଥିଲା। ଜଣେ ସମ୍ପର୍କୀୟଙ୍କ ଶୋକ ସଭାରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଅଟୋରେ ଡ୍ରାଇଭରଙ୍କ ବ୍ୟତୀତ ୪ ଜଣ ଯାତ୍ରୀ ଥିଲେ। ମୃତ ମହିଳା ଦ୍ବୟ ଦୁର୍ଗାପୁର ଓ ଜରପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି।
ଅନ୍ୟପଟେ ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଜରପଡ଼ା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି।