ଅନୁଗୁଳ ମହାବିଦ୍ୟାଳୟରେ ‘ସଡ଼କ ସୁରକ୍ଷା କୌଶଳ ଶିକ୍ଷା’ କାର୍ଯ୍ୟକ୍ରମ ଆୟୋଜିତ

You are currently viewing ଅନୁଗୁଳ ମହାବିଦ୍ୟାଳୟରେ ‘ସଡ଼କ ସୁରକ୍ଷା କୌଶଳ ଶିକ୍ଷା’ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ସଡ଼କ ସୁରକ୍ଷା ମାସ-୨୦୨୫ ପାଳନ ଅବସରରେ ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ସଡ଼କ ସୁରକ୍ଷା କୌଶଳ ଶିକ୍ଷା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏବର୍ଷର ସ୍ଲୋଗାନ ହେଉଛି “ସଡ଼କ ସୁରକ୍ଷା, ପରିବାର ସୁରକ୍ଷା”। ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କନିଷ୍ଠ ମଟରଯାନ ନିରୀକ୍ଷକ ଦିବ୍ୟଜ୍ୟୋତି ମହନ୍ତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୁର୍ଘଟଣା ପରବର୍ତ୍ତୀ ସୁରକ୍ଷା ଶିକ୍ଷା ବିଶଦ ବର୍ଣ୍ଣନା ସହ ସଡ଼କ ସୁରକ୍ଷାର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା। ମାଷ୍ଟର ଟ୍ରେନର ଅଭିରାମ ଖୁଣ୍ଟିଆ, ପ୍ରତାପ ପରିଡ଼ା ସୁରକ୍ଷାର ବିଭିନ୍ନ ସୁରକ୍ଷା ପ୍ରଣାଳୀ ସମ୍ପର୍କରେ ଭିଡିଓ ପ୍ରଦର୍ଶନ ସହ ବୁଝାଇ ଥିଲେ। ମହାବିଦ୍ୟାଳୟର ଯୁବ ସଙ୍ଗଠନ ଏନସିସି, ଏନଏସଏସ ରୋଭର୍ସ ଓ ରେଂଜର୍ସ, ଯୁବ ରେଡ଼କ୍ରସର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ସ୍ୱାଇଁ, ଡ.ଶାଶ୍ୱତୀ ଶୁଭଦର୍ଶନୀ, ଡ. ସୁଶ୍ରୀ ପ୍ରଜ୍ଞା ପାଣି, ମଧୁସ୍ମିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ଏନସିସି ଅଧ୍ୟାପକ କ୍ୟାପଟେନ ଡ଼ଃ ଅଭିମନ୍ୟୁ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share

Leave a Reply