ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଅନ୍ତର୍ଗତ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଜିନ୍ଦଲ ନଗର ଆଶା ଦି ହୋପ କେନ୍ଦ୍ରଠାରେ ପାଳିତ ହୋଇଛି। ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ନାରାୟଣ ମହାପାତ୍ର, ଅନିତା ମିତ୍ତଲ, ଅନିନ୍ଦିତା ବନ୍ଦୋପାଧ୍ୟାୟ, ଓପି ଜିନ୍ଦଲ ସ୍କୁଲ ଅଧ୍ୟକ୍ଷ ଅତନୁ ରଥ, ସିଏମଓ-ଜେଏସପିଏଲ ଓଏଚସି ଡା କୃଷ୍ଣ ପ୍ରସାଦ ବେହେରା ଏବଂ ଜିଏମ-ସିଏସଆର ପୁଷ୍ପା ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଆୟୋଜିତ ହୋଇଥିବା ବିଭିନ୍ନ କ୍ରୀଡା ରେସିଙ୍ଗ, ବେଲୁନ ବ୍ଳାଷ୍ଟ, ସଫ୍ଟ ବଲ ଥ୍ରୋଇଙ୍ଗ, କ୍ୟାଣ୍ଡେଲ ବ୍ଲୋଇଙ୍ଗ, ଚକୋଲେଟ ରେସ, ଡାନସିଙ୍ଗ ଇତ୍ୟାଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆବଶ୍ୟକୀୟ ଶିଶୁ ମାନଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦାନ କରିଥିଲେ।
ସୂଚନା ଯେ, ଜେଏସପିଏଲ ପ୍ଳାଣ୍ଟର ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡ ପ୍ରକଳ୍ପ ପାର୍ଶ୍ଵବର୍ତୀ ଗ୍ରାମରେ ବସବାସ କରୁଥିବା ୫୦୦୦ ରୁ ଊର୍ଦ୍ଧ୍ଵ ଦିବ୍ୟାଙ୍ଗ ଶିଶୁ ମାନେ” ଆଶା ଦି ହୋପ“ କେନ୍ଦ୍ର ମାଧ୍ୟମରେ ଲାଭାନ୍ଵିତ ହେବା ସହ ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହୋଇଛନ୍ତି ।
ଜେଏସପିଏଲ ଫାଉଣ୍ଡେସନର ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ
