ସଡ଼କ ସୁରକ୍ଷା ସପ୍ତାହ ପାଳନ: ଛେଣ୍ଡିପଦାରେ ଗଡ଼ିଲା ସଚେତନତା ରଥ

You are currently viewing ସଡ଼କ ସୁରକ୍ଷା ସପ୍ତାହ ପାଳନ: ଛେଣ୍ଡିପଦାରେ ଗଡ଼ିଲା ସଚେତନତା ରଥ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ସଡକ ସୁରକ୍ଷା ସଚେତନତା ସଭା ଅନୁଷ୍ଠିତ ହୋଇଛି। ଏ ଅବସରରେ ଏକ ସଚେତନତା ରଥ ଛେଣ୍ଡିପଦା ବଜାର ପରିକ୍ରମା କରିଥିଲା।
ଅନୁଗୁଳ ପରିବହନ ବିଭାଗ ପକ୍ଷରୁ ଛେଣ୍ଡିପଦାରେ ଆୟୋଜିତ ସଡ଼କ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଟ୍ରାଫିକ ନିରୀକ୍ଷକ ସୁମନ୍ତ କୁମାର ସେଠୀ, ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସେଠୀ, ଖେଳ ଶିକ୍ଷକ ଭିକାରୀ ବନ୍ଧୁ ସାହୁ ଓ ଛେଣ୍ଡିପଦା ପୋଲିସ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।
ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏକ ରାଲିରେ ବାହାରି ବଜାର ପରିକ୍ରମା କରି ସଡକ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ଦେଇଥିଲେ। ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ଏ ଅବସରରେ ସଡକ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଏହି ରଥ ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ଜନସାଧାରଣଙ୍କୁ ସଚେତନ କରିବ।
କାର୍ଯ୍ୟକ୍ରମରେ ଛେଣ୍ଡିପଦା ଜଗନ୍ନାଥ ବସ ମାଲିକ ସଂଘର ବୁଦ୍ଧଦେବ ପ୍ରଧାନ, ମନୋଜ କୁମାର ଆଚାର୍ଯ୍ୟ, ବାବୁଲି ଆଚାର୍ଯ୍ୟ, ମାଧବ ଚନ୍ଦ୍ର ସାହୁଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply