ପାଳଲହଡ଼ା ବାଇପାସରେ ଦିନଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଡକାୟତି, ଲୁଟିନେଲେ ୭୫ ହଜାର ଟଙ୍କା

You are currently viewing ପାଳଲହଡ଼ା ବାଇପାସରେ ଦିନଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଡକାୟତି, ଲୁଟିନେଲେ ୭୫ ହଜାର ଟଙ୍କା

ପାଳଲହଡ଼ା: ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ପାଖାପାଖି ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ପୀଡ଼ିତ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳେ ଡିମିରିଆ ଜନସେବା କେନ୍ଦ୍ରର ମାଲିକ ହୃଦୟ ନାଥ ସାହୁଙ୍କ ଭାଇ ପପୁନ ଏକ ବାଇକ ଯୋଗେ ପାଳଲହଡ଼ା ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ବାଇପାସ ଆଗରେ ଏକ କଳା ରଙ୍ଗର ପଲସର (OD34H 1852)ରେ ଦୁଇ ଜଣ ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ଓ ଫାଙ୍କା ଗୁଳି ଚାଲାଣ କରିଥିଲେ। ପରେ ସେମାନେ ପପୁନଙ୍କ ପକେଟରେ ଥିବା ୩୬ ହଜାର ୧୮୦ ଟଙ୍କା ଓ ଡିକିରେ ଥିବା ୪୦ ହଜାର ଟଙ୍କା ନେଇ ଚାଲିଯାଇଥିଲେ। ସେମାନେ ଖମାର ଆଡକୁ କ୍ଷୀପ୍ର ଗତିରେ ଚାଲି ଯାଇଥିବା ଜଣାପଡିଛି।

ଏ ନେଇ ଶ୍ରୀ ସାହୁ ତୁରନ୍ତ ପାଳଲହଡା ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପାଳଲହଡା ଥାନା ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଆଇନ ଶୃଙ୍ଖଳା ବିଗୁଡୁ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Share

Leave a Reply