ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବିବାଦ ଛାଡିବାର ନା ଧରୁନି। ସଫେଇ, ସିକ୍ୟୁରୀଟି ବ୍ୟବସ୍ଥା, ଦଲାଲୀ,ଲାଞ୍ଚ କାରବାର,ବିପର୍ଯ୍ୟସ୍ତ ରୋଗୀ ସେବାକୁ ନେଇ ଅନୁଗୁଳ ମେଡିକାଲ ସବୁବେଳେ ବଦନାମ ମୁଣ୍ଡେଇ ଆସିଛି। ଆଜି ଦିନ ବେଳା ଅସ୍ଥିଶଲ୍ୟ ବିଭଗରୁ ପରିଚୟ ନଥିବା ଜଣେ ରୋଗୀ ଫେରାର ହୋଇଯାଇଥିବା ଜଣା ପଡିଛି। ରୋଗୀର ଗୋଡ ଡ୍ରେସିଂ ହୋଇଥିବା ବେଳେ ହାତରେ ଭେଁନ ଫ୍ଲୋ ମଧ୍ୟ ଲାଗିଛି। ୱାର୍ଡ ଭିତରେ ନର୍ସ, ଅଟେଣ୍ଡାଣ୍ଟ, ମାଳ ମାଳ ସିକ୍ୟୁରୀଟି ଗାର୍ଡ କିନ୍ତୁ ଆଶ୍ଚର୍ଯ୍ୟର କଥା ରୋଗୀ ଫେରାର କଥା କେହି ଜାଣି ପାରିଲେନି କେମିତି?
ସନ୍ଧ୍ୟାରେ ରୋଗି ଫେରାର ଥିବା କଥା ଜଣା ପଡିଥିଲା। ଅଳ୍ପ କିଛି ଦିନ ତଳେ ଜେରିଆଟିକ ୱାର୍ଡ ରୁ ମଧ୍ୟ ଜଣେ ମହିଳା ରୋଗୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା।ଏ ସମ୍ପର୍କରେ ଏଡିଏମଓ ମେଡିକାଲ ଡା ମାନସ ରଞ୍ଜନ ବିଶ୍ୱାଳଙ୍କୁ ଯୋଗା ଯୋଗ କରିବାରୁ ଘଟଣା ନେଇ ସେ ତଦନ୍ତ କରିବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ ।