ଆଇଏଏସ ଅଧିକାରୀଙ୍କ ଦାୟିତ୍ୱ ଅଦଳବଦଳ

You are currently viewing ଆଇଏଏସ ଅଧିକାରୀଙ୍କ ଦାୟିତ୍ୱ ଅଦଳବଦଳ

ଅନୁଗୁଳ: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ଅଧିକାରୀ ମାନଙ୍କ ଦାୟିତ୍ୱରେ କିଛି ଅଦଳବଦଳ କରିଛନ୍ତି। ଆଇଏଏସ ନିକୁଞ୍ଜ ବିହାରୀ ଧଳ ଶକ୍ତି ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ସହିତ ଅବକାରୀ ବିଭାଗ ଓ ଗ୍ରିଡ୍‌କୋର ମଧ୍ୟ ଦାୟିତ୍ୱ ଦିଅ ଯାଇଛି।

ଆଇଏଏସ ଅରବିନ୍ଦ ପାଢ଼ୀଙ୍କୁ କୃଷି ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ସାଙ୍ଗକୁ ହ୍ୟାଣ୍ଡଲୁମ, ଟେକ୍ସଟାଇଲ ଓ ହସ୍ତଶିଳ୍ପ ଦାୟିତ୍ୱ ଦିଆଯାଇଛି। ଆଇଏଏସ ସୁରେଶ କୁମାର ବଶିଷ୍ଠଙ୍କୁ ବିଜ୍ଞାନ କାରିଗରୀ ବିଭାଗ ବ୍ୟତୀତ ନୂଆକରି ମତ୍ସ୍ୟ ବିଭାଗର କମିଶନର କମ ସେକ୍ରେଟାରୀ ଭାବେ ଦାୟିତ୍ୱ ଦିଆ ଯାଇଛି। ସୂଚନା ଯୋଗ୍ୟ ଏହି ଅଧିକାରୀ ମାନେ ଏକଦା ଅନୁଗୁଳ ଜିଲ୍ଲା ପାଳ ଭାବେ କାର୍ଯ୍ୟ କରିଥିଲେ।

Share

Leave a Reply