ଦିନ ଦ୍ବିପହରେ କାର୍‌ କାଚ ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ୍‌

You are currently viewing ଦିନ ଦ୍ବିପହରେ କାର୍‌ କାଚ ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ୍‌

ଅନୁଗୋଳ: ସହରର ଶିକ୍ଷକପଡ଼ା ଇକୋ ପାର୍କ ସମ୍ମୁଖରେ ପାର୍କିଂ କରାଯାଇଥିବା ଏକ କାର୍‌ର କାଚ ଭାଙ୍ଗି ଦୁର୍ବୃତ୍ତ ଦିନ ଦ୍ବିପହରେ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ଅଙ୍ଗାରବନ୍ଧ ଗାଁର ସନାତନ ବେହେରା ଲୁଗା କିଣିବାକୁ ଅନୁଗୋଳ ଆସି ଗାଡ଼ି ରଖି ଦୋକାନକୁ ଯାଇଥିଲେ। ଫେରି ଦେଖିଲା ବେଳକୁ ଗାଡ଼ି କାଚ ଭଙ୍ଗାଯିବା ସହ ଟଙ୍କା ବ୍ୟାଗ୍‌ ନଥିଲା। ଏନେଇ ସେ ଅନୁଗୋଳ ଥାନାରେ ଏତଲା ଦେଇଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଜଣେ ଦୁର୍ବୃତ୍ତ ବାଇକ୍‌ରେ ଆସି ଏହି ଲୁଟ୍‌ କରିଛି। ଘଟଣାସ୍ଥଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯିବା ସହ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ତଦନ୍ତ ଜାରି ରଖିଛି।

Share

Leave a Reply