ମହଙ୍ଗା ପଡ଼ିଲା ବିବାହ ଭୋଜି, ୨୦ ହଜାର ଜରିମାନା

You are currently viewing ମହଙ୍ଗା ପଡ଼ିଲା ବିବାହ ଭୋଜି, ୨୦ ହଜାର ଜରିମାନା

ଅନୁଗୁଳ: କରୋନା ସମୟରେ ସରକାରଙ୍କ ନିୟମ ନମାନି ବିବାହ ଉତ୍ସବରେ ଭୋଜିଭାତ କରିବା ଗୃହକର୍ତ୍ତାଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ପ୍ରକାଶ ଯେ, ତାଳଚେର ବ୍ଲକ୍‌ ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମରେ ରବିବାର ଏକ ବିବାହ ଉତ୍ସବରେ ଭୋଜି ଚାଲିବା ସହିତ ଶତାଧିକ ଲୋକ ସେଠାରେ ଏକତ୍ରିତ ହୋଇଥିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିଥିଲା। ତାଳଚେର ଅତିରିକ୍ତ ତହସିଲଦାର ସଚିଦାନନ୍ଦ ନାୟକଙ୍କ ନେତୃତ୍ବରେ ତାଳଚେର ପୁଲିସର ଏକ ଟିମ୍ ସେଠାରେ ଅତର୍କିତ ଚଢ଼ାଉ କରିଥିଲେ। କରୋନା ସମୟରେ ଭୋଜିଭାତକୁ ବାରଣ କରାଯାଇଥିଲା ବେଳେ ଏଠାରେ କିପରି ଭୋଜିକରୁଛ ବୋଲି ପ୍ରଶାସନ ପକ୍ଷରୁ ପ୍ରଶ୍ନ କରାଯିବା ସହ ଗୃହକର୍ତ୍ତାଙ୍କ ଠାରୁ ୨୦ ହଜାର ଟଙ୍କା ଫାଇନ୍ ଆଦାୟ କରିଥିଲେ। ଭୋଜି ଲାଗି ରନ୍ଧା ହୋଇଥିବା ଖାଦ୍ୟ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ସ୍ଥାନୀୟ ଲୋକଙ୍କୁ ପ୍ୟାକେଟ୍ କରି ବଣ୍ଟନ କରାଯାଇଥିଲା ।

 

Share

Leave a Reply