ଗୋବରା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ: ପୁରାତନ ଛାତ୍ର ସଂସଦ ପକ୍ଷରୁ ୪ ଲକ୍ଷ ଟଙ୍କା ପ୍ରଦାନ

You are currently viewing ଗୋବରା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ: ପୁରାତନ ଛାତ୍ର ସଂସଦ ପକ୍ଷରୁ ୪ ଲକ୍ଷ ଟଙ୍କା ପ୍ରଦାନ

ତାଳଚେର: ତାଳଚେରର ଗୋବରା ନୋଡାଲ୍ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗତ ଡିସେମ୍ବର ୧୪ରେ ମହାସମାରୋହରେ ପାଳିତ ହୋଇଛି। ଏ ଅବସରରେ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ତରଫରୁ ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବଲଣ୍ଡା ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରେ ଥିବା ସ୍କୁଲ୍ ଆକାଉଣ୍ଟରେ ଏହି ଟଙ୍କା ଦାଖଲ କରାଯାଇଛି। ସରକାରଙ୍କ ନିୟମ ଅନୁଯାୟୀ, ଏହି ଟଙ୍କା ବିଦ୍ୟାଳୟର ଉନ୍ନତିକରଣରେ ବିନିଯୋଗ କରାଯିବ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ପାଇଁ ସ୍କୁଲ ପକ୍ଷରୁ ଧନ୍ୟବାଦ ଦିଆଯାଇଛି।

Share

Leave a Reply