ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କୁରୁମଟାପ ପଞ୍ଚାୟତର ରଘୁନାଥ ପ୍ରଧାନଙ୍କ ପୁଅ ରୁବେଲାଲ୍ ପ୍ରଧାନଙ୍କର ୧୨୧୪୪ ବର୍ଗ ଫୁଟ ବିଶିଷ୍ଟ ବାଲୁକା କଳା ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଯାହା ଫଳରେ ତାଙ୍କୁ ସ୍ୱତନ୍ତ୍ର ଗ୍ରାଣ୍ଡ ମାଷ୍ଟର ଉପାଧି ପ୍ରଦାନ କରାଯାଇଛି । ଅକ୍ଟୋବର ୨ ରେ କଟକ ସ୍ଥିତ କାଶିନୋଭା କ୍ୟାନସର ହସ୍ପିଟାଲ ପରିସରରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଡା. କ୍ଷିତିଶ ମିଶ୍ର, ପ୍ରଜ୍ଞା ପାରମିତା ମିଶ୍ର ରୁବେଲାଲଙ୍କୁ ଶିଳ୍ପୀ ରେକର୍ଡ ଟ୍ରଫି, ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ରୁବେଲାଲ ଫେବୃୟାରୀ ୪ ରେ ଥିବା ବିଶ୍ଵ କର୍କଟ ଦିବସ ଅବସରରେ କଟକ କାଶିନୋଭା କ୍ୟାନସର ହସ୍ପିଟାଲ ପରିସରରେ ୧୩୨ ଫୁଟ ଲମ୍ବ ଓ ୯୨ ଫୁଟ ପ୍ରସ୍ଥ ବିଶିଷ୍ଟ ବାଲୁକା କଳା ପ୍ରଦର୍ଶନ କରିଥିଲେ। ଏହି କଳା ସର୍ବବୃହତ ହୋଇଥିବା ବେଳେ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା। ଏହି ରେକର୍ଡ ପାଇଁ ରୁବେଲାଲଙ୍କୁ ବିଭିନ ସଂଗଠନ ଶୁଭେଚ୍ଛା ଜଣାଇଛନ୍ତି।
ଏସିଆ ବୁକ୍ ଅଫ୍ ରେକର୍ଡରେ ରୁବେଲାଲ୍
- Post published:October 8, 2021
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ
- Post comments:0 Comments
- Post author:Angul TV Bureau
