ବାଜି ରାଉତ ଛାତ୍ରାବାସର ବାଳିକା ଅନ୍ତେବାସୀଙ୍କ ନିମନ୍ତେ ‘ଋତୁବାନ୍ଧବୀ’ କାର୍ଯ୍ୟକ୍ରମ ଆୟୋଜିତ, ମାସିକ ଧର୍ମ ବିଷୟରେ ବୁଝାଇଲେ ବିଶେଷଜ୍ଞ

0

ଅନୁଗୁଳ: ସର୍ବ ଭାରତୀୟ ଚିକିତ୍ସକ ସଂଘର ଅନୁଗୁଳ ଶାଖା ଓ ମହିଳା ଡାକ୍ତର ଶାଖା ତାଳଚେର -ଅନୁଗୁଳର ସଦସ୍ୟମାନଙ୍କ ଆନୁକୂଲ୍ୟରେ ରବିବାର ବାଜି ରାଉତ ଛାତ୍ରବାସର ବାଳିକା ଅନ୍ତେବାସୀଙ୍କ ନିମନ୍ତେ ‘ଋତୁବାନ୍ଧବୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଛାତ୍ରୀମାନେ ଡାକ୍ତରମାନଙ୍କ ଠାରୁ ମାସିକ ଋତୁ ଚକ୍ର ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଶିକ୍ଷା ଲାଭ କରିଥିଲେ। ମୁଖ୍ୟତଃ ବାଳିକା ଓ ମହିଳାଙ୍କର ଶାରୀରିକ ଗଠନ ଓ ପ୍ରକ୍ରିୟା, ସୁଷମ ଖାଦ୍ୟ, ପରିଷ୍କାର ପରିଚ୍ଛନ୍ନତା, ସାନିଟାରୀ ପ୍ୟାଡ଼ର ସଠିକ ବ୍ୟବହାର, ଋତୁସ୍ରାବ ସମୟରେ ମାନସିକ ସ୍ୱାସ୍ଥ୍ୟ ଇତ୍ୟାଦି ବିଷୟରେ ସରଳ ଓ ପ୍ରାଞ୍ଜଳ ଭାବରେ ଆଲୋଚନା ହୋଇଥିଲା। ଋତୁଚକ୍ର ମହିଳାଙ୍କ ଶରୀରର ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଭବିଷ୍ୟତରେ ମାତୃତ୍ୱ ନିମନ୍ତେ ଏକ ପ୍ରାକୃତିକ ପ୍ରସ୍ତୁତି ବୋଲି ଡାକ୍ତର ମାନେ ବୁଝାଇଥିଲେ।

ଏଥିରେ ଅଧ୍ୟକ୍ଷା କ୍ରିଷ୍ଣା ମହାନ୍ତି, ସଂଘର ରାଜ୍ୟ ସଭାପତି ଡ଼. ପ୍ରଭାତ ପଣ୍ଡା, ଡ଼. ତରୁଣ ସାହୁ, ଡ଼. ବିଶ୍ୱଜିତ ସାମଲ, ଡ଼. ସୁଷମା ଚୌଧୁରୀ, ଡ଼. ସୁସ୍ମିତା ସାହୁ, ଡ. ବି ବାରା, ଡ଼. ସୁଷମା ବେହେରା, ଡ଼. ଇନ୍ଦ୍ରାଣୀ ହାଁସଦା, ଡ଼. ଶ୍ଵେତା ସର, ଡ଼ ରଶ୍ମିତା ଭଞ୍ଜଦେଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରାୟ ଷାଠିଏ ଜଣ ବାଳିକା ଓ ଛାତ୍ରବାସର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!