ବଅଁରପାଳ କଲେଜରେ ‘ସଡ଼କ ସୁରକ୍ଷା -ଜୀବନ ରକ୍ଷା’ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

0

ବଅଁରପାଳ: କେନ୍ଦ୍ର ସଡ଼କ, ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ଅନୁଗୁଳର ସାମାଜିକ ଅନୁଷ୍ଠାନ “ବିକଳ୍ପ ବିକାଶ – ଓଡ଼ିଶା” ଆନୁକୂଲ୍ୟରେ ସ୍ଥାନୀୟ ପାଞ୍ଚଗଡ଼ ସୋମନାଥ ସିଂହ ଜଗଦେବ +୨ ଓ +୩ ମହାବିଦ୍ୟାଳୟରେ ‘ସଡ଼କ ସୁରକ୍ଷା -ଜୀବନ ରକ୍ଷା’ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ‘ବିକଳ୍ପ ବିକାଶ’ର ନିର୍ଦ୍ଦେଶକ ସନ୍ତୋଷ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ +୨ ର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ଓ +୩ ର ଅଧ୍ୟକ୍ଷ ଗୋକୁଳାନନ୍ଦ ପ୍ରଧାନ ଅଧ୍ୟକ୍ଷତା କରିଥିଲେ।

ଏ ଅବସରରେ ଅଠର ବର୍ଷରୁ କମ୍ ପିଲା ବିନା ଲାଇସେନ୍ସରେ ଗାଡି ନ ଚଲାଇବା, ନିୟମିତ ହେଲମେଟ ଓ ସିଟ ବେଲ୍ଟ ବ୍ୟବହାର କରିବା, ମାଦକ ଦ୍ରବ୍ୟ ସେବନ କରି ଗାଡି ନ ଚଲାଇବା, ଦୁଇ ଚକିଆ ଯାନରେ ଦୁଇ ଜଣରୁ ଅଧିକ ନବସିବା, ମୋବାଇଲ ଫୋନ ବ୍ୟବହାର ନକରିବା, ସର୍ବଦା ଗାଡିର ବ୍ରେକ, ହର୍ଣ୍ଣ, ଯନ୍ତ୍ରାଂଶ ଓ ଚକା ପ୍ରେସର ତନଖି କରିବା, ଗୃହପାଳିତ ପଶୁଙ୍କୁ ରାସ୍ତାକୁ ନ ଛାଡିବା ଆଦି ନେଇ ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମରେ ମ୍ୟାଜିକ ସୋ ମାଧ୍ୟମରେ ସଚେତନ କରାଯାଇଥିଲା। ଆର. କେ ମ୍ୟାଜିକ ପକ୍ଷରୁ ବିଶ୍ୱମ୍ବର ସାହୁ ଓ ଅଶୋକ କୁମାର ଦାଶ ମ୍ୟାଜିକ ମାଧ୍ୟମରେ ସଚେତନ କରିଥିଲେ। ଶେଷରେ ଅଧ୍ୟାପକ ଶ୍ରୀକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

error: Content is protected !!