ସଡକ ସୁରକ୍ଷା ପ୍ରହସନ, ବର୍ଷକରେ ଯାଇଛି ୧୬୩ ଜୀବନ

You are currently viewing ସଡକ ସୁରକ୍ଷା ପ୍ରହସନ, ବର୍ଷକରେ ଯାଇଛି ୧୬୩ ଜୀବନ

ଅନୁଗୁଳ: ୨୦୨୧ ସରିସରି ଆସୁଛି,ଆଗାମୀ କୋଭିଡର ତୃତୀୟ ଲହର ଆଶଙ୍କାରେ ମଣିଷ ମରିମରି ବଞ୍ଚୁଛି ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ଏସବୁ କାର୍ଯ୍ୟକାରୀ ବେଳକୁ ରାଜନିତୀର ପଶାପାଲି ଓ ନାଲି ଫିତା ତଳେ ଅଟକି ଯାଉଛି। ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ସମୀକ୍ଷା ବୈଠକରୁ ଏସବୁ ଜଳଜଳ ଦିଶୁଚି। ଅନୁଗୁଳ ଆର୍‌ଟିଓ ବିଭଵ ରଞ୍ଜନ ସାମନ୍ତ ସିଂହାରଙ୍କ ଅଧ୍ୟକ୍ଷତାରେ ଶୁକ୍ରାରକ ଆୟୋଜିତ ବୈଠକରେ ହୋଇଥିବା ଆଲୋଚନାରୁ ଜଣାଗଲା ଗତ ବର୍ଷ ସଡକ ଦୁର୍ଘଟଣାରେ ୧୬୩ ଜଣଙ୍କ ଜୀବନ ଯାଇଛି। ୫୫ନମ୍ବର ଜାତୀୟ ରାଜପଥ ମରଣ ଯନ୍ତା ଯୋଗୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ବାଇକ୍ ଆରୋହି ହେଲମେଟ ନ ପିନ୍ଧି ୨୯୨୧ ଜଣ ଦଣ୍ଡିତ ହୋଇଛନ୍ତି।ଜାତୀୟ ରାଜପଥରେ ମନଇଚ୍ଛା ହୋରଡିଙ୍ଗ ଲାଗୁଛି। ଏସମୀକ୍ଷା ବୈଠକ ଚାଲିଥିବା ବେଳେ ହଣ୍ଡପା ଥାନା ନାକଚି ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ପ୍ରାଣ ଯାଇଛି। କାଣ୍ଡସର ଗାଁର ଲିକୁ ନାୟକ ଓ ସମ୍ବିତ ସିଂହ ଅନୁଗୁଳ ଆଡକୁ ଫେରୁ ଥିବା ବେଳେ ନାକଚି ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଛିଟିକି ପଡିଥିଲେ। ଲିକୁର‌ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସମ୍ବିତକୁ କଟକ ନେବା ବାଟରେ ମୃତ୍ୟୁ ଘଟିଛି।ଏହିଭଳି ପ୍ରତିଦିନ ୫୫ ନମ୍ବର ଜାତୀୟ ରାଜପଥ ରେ କୌଣସି ନା କୌଣସି ଠାରେ ଦୁର୍ଘଟଣା ଘଟୁଚି। ଲୋକେ ସଚେତନ ନହେଲେ ପରିସ୍ଥିତି ଜଟିଳ ହେବ ।

Share

Leave a Reply