ଅନୁଗୁଳ: ଅନୁଗୁଳ ଜିଲ୍ଲାର ଯୁବ ସମାଜସେବୀ ମାନସ ରଞ୍ଜନ ଦେହୁରୀଙ୍କୁ ସମାଜସେବା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ପାଇଁ ରାଷ୍ଟ୍ରୀୟ କଳିଙ୍ଗ ସେବାରତ୍ନ ଆୱାର୍ଡ ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଅନ୍ତର୍ଜାତୀୟ ମାନବାଧିକାର କାଉନ୍ସିଲ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି। କରୋନା ମହାମାରୀ ସମୟରେ ବିଭିନ୍ନ ଲୋକଙ୍କୁ ସେବା ଯୋଗାଇ ଅନୁଗୁଳ ଜିଲ୍ଲାରେ ସୁନାମ ଅର୍ଜନ କରିଥିଲେ ମାନସ। ରୋଗୀ ମାନଙ୍କୁ ଚିକିତ୍ସାଳୟକୁ ନେବାରେ ସାହାଯ୍ୟ କରିବା, ଖାଇବା ଯୋଗାଇବା ଇତ୍ୟାଦି କାର୍ଯ୍ୟ କରି ଲୋକମାନଙ୍କ ପ୍ରସଂଶାର ପାତ୍ର ପାଲଟିଥିଲେ ମାନସ। ଅନେକ ସମୟରେ ଅସହାୟ ଲୋକଙ୍କ ସେବା ବୃଦ୍ଧ, ବୃଦ୍ଧାଙ୍କୁ ସେବା ଯୋଗାଇଥାନ୍ତି ମାନସ। ଏହି ସେବା କାର୍ଯ୍ୟ ପାଇଁ ଆଜି ମାନସ ସମ୍ମାନୀତ ହୋଇଛନ୍ତି।
ଯୁବ ସମାଜସେବୀ ମାନସଙ୍କୁ ରାଷ୍ଟ୍ରୀୟ କଳିଙ୍ଗ ସେବାରତ୍ନ ସମ୍ମାନ
- Post published:December 25, 2021
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ
- Post comments:0 Comments
- Post author:Angul TV Bureau

Tags: Angul