ଡକ୍ଟର ସୁଶୀଲ କୁମାର ମିଶ୍ରଙ୍କୁ ବରିଷ୍ଠ ନାଗରିକ ସମ୍ମାନ

You are currently viewing ଡକ୍ଟର ସୁଶୀଲ କୁମାର ମିଶ୍ରଙ୍କୁ ବରିଷ୍ଠ ନାଗରିକ ସମ୍ମାନ

 

ଅନୁଗୁଳ: ଅନୁଗୁଳ ନୂଆ ବସଷ୍ଟାଣ୍ଡ ନିକଟ ତାମ୍ରିତ୍ କଲୋନୀ ପୂଜା ମଣ୍ଡପରେ ୭୮ ତମ ସ୍ଵାଧୀନତା ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡାଃ ପୁରୁଷୋତ୍ତମ ପ୍ରଧାନ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।
ମୁଖ୍ୟବକ୍ତା ଭାବେ ଡକ୍ଟର ଚୈତନ୍ୟ ସାହୁ ବିକଶିତ ଭାରତ ଓ ସ୍ଵାଧୀନତା ସଂଗ୍ରାମୀଙ୍କ ଦେଶ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଡକ୍ଟର ସୁଶୀଲ କୁମାର ମିଶ୍ରଙ୍କୁ ବରିଷ୍ଠ ନାଗରିକ ସମ୍ମାନ ପ୍ରଦାନ କରାଯାଇଥିଲା। ଉତ୍ସବରେ ତାମ୍ରିତ୍ କଲୋନୀ ଶୀତଲ ବିହାର ସମସ୍ତ ବୁଦ୍ଧିଜୀବୀ ଆୟୋଜକ ଓ କମିଟିର କର୍ମକର୍ତ୍ତା ଯୋଗ ଦେଇଥିଲେ। ଶେଷରେ ବରିଷ୍ଠ ନାଗରିକ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା।

Share

Leave a Reply