ସଦଭାବନା ଦିବସ ପାଳିତ: ଏକତା ରକ୍ଷା ଲାଗି ଶପଥ ପାଠ କଲେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ

You are currently viewing ସଦଭାବନା ଦିବସ ପାଳିତ: ଏକତା ରକ୍ଷା ଲାଗି ଶପଥ ପାଠ କଲେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ

ଅନୁଗୁଳ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧୀଙ୍କର ଜନ୍ମ ବାର୍ଷିକୀ ଅଗଷ୍ଟ ୨୦କୁ ପ୍ରତିବର୍ଷ ସଦଭାବନା ଦିବସ ତଥା ଏକତାର ଦିବସ ଭାବେ ପାଳନ କରାଯାଉଛି। ଏହି ଦିନରେ ଶାନ୍ତି, ଜାତୀୟ ସଂହତି ଓ ସାମ୍ପ୍ରଦାୟିକ ସଦଭାବନା ରଖିବାକୁ ପ୍ରୋତ୍ସାହିତ କରାଯାଏ। ଚଳିତ ବର୍ଷ ଅଗଷ୍ଟ ୨୦ ତାରିଖ ସରକାରୀ ଛୁଟି ଦିନ ହୋଇଥିବାରୁ ସରକାରୀ ନିର୍ଦ୍ଦେଶନାମା (ଗୃହ ବିଭାଗଙ୍କ ପତ୍ର ସଂଖ୍ୟା— ୩୩୫୦୭, ତା୧୬.୮.୨୦୨୩) ଅନୁଯାୟୀ ଆଜି ଦିନରେ ସଦଭାବନା ଦିବସକୁ ପାଳନ କରାଯାଇଛି।

ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ବାରଣ୍ଡାରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ କର୍ମଚାରୀଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମେ ସମସ୍ତେ ଭାରତୀୟ। ଏଣୁ ହିଂସାର ପଥ ଅନୁସରଣ ନ କରି ସମସ୍ତ ପ୍ରକାର ଭେଦଭାବକୁ ଭୁଲି ଭାଇ ଭାଇ ହୋଇ ଚଳିବାକୁ ଏ ଅବସରରେ ଶପଥ ପାଠ କରାଯାଇଥିଲା। ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଈଶାନୀ ପଣ୍ଡା, ଡେପୁଟି କଲେକ୍ଟର ମଧୁସ୍ମିତା ବିଶିଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗ ଦେଇ ଶପଥ ପାଠ କରିଥିଲେ।

Share

Leave a Reply