ଅନୁଗୁଳ: ତାଳଚେର କିଶୋର କ୍ଳବ୍ ପରିସରରେ ସାହିତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ ହୋଇ ଯାଇଛି। ବିଷୁବ ମିଳନ ପାଳନ କମିଟି ସୌଜନ୍ୟରୁ ଅନୁଷ୍ଠିତ ଏହି ସମାରୋହରେ ଅନୁଗୁଳ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଶ୍ରୀ ସର ନିଜ ଅଭିଭାଷଣରେ ଓଡ଼ିଆ ସାହିତ୍ୟ ଓ ସଙ୍ଗୀତର ଅମୃତ ଧାରା,ଏହାର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ।
ସମ୍ମାନିତ ଅତିଥି ରୂପେ ଖମାର୍ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, କବି ରତ୍ନପ୍ରଭା ବାଇ,ଅଧ୍ୟାପିକା ଜ୍ୟୋତ୍ସ୍ନା ପ୍ରଧାନ, ସନ୍ଧ୍ୟାରାଣି ପତି ଏବଂ ପାଳନ କମିଟିର ସମ୍ପାଦକ ଜିତେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ସ୍ଥାନୀୟ ପ୍ରତିଭା ଅନ୍ୱେଷଣ କ୍ଷେତ୍ରରେ କମିଟି ନିୟମିତ ପ୍ରୟାସ କରୁଥିବା କହିଥିଲେ। ସମାରୋହରେ ଅନେକ ସଙ୍କୀର୍ତ୍ତନ ଶିଳ୍ପୀ,ଗାୟକ ଗାୟିକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


