ସଇଡ଼ା ଗାଁ ରାଧାକୃଷ୍ଣ ମନ୍ଦିରର ବାର୍ଷିକ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପାଳଲହଡ଼ା ବିଧାୟକ

You are currently viewing ସଇଡ଼ା ଗାଁ ରାଧାକୃଷ୍ଣ ମନ୍ଦିରର ବାର୍ଷିକ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପାଳଲହଡ଼ା ବିଧାୟକ

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ବ୍ଲକ୍ ସଇଡ଼ା ପଞ୍ଚାୟତ ସଇଡ଼ାର ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଳ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ରୀନାରାଣୀ ନାଏକ, ବ୍ଲକ୍ ବିଜେଡି ସଭାପତି ଗଙ୍ଗାଧର ଯିତ୍, ପେଚାମୁଣ୍ଡି ସରପଞ୍ଚ ରମେଶ ପ୍ରଧାନ, ପେଚାମୁଣ୍ଡି ସମିତି ସଭ୍ୟ ରଞ୍ଜନ ବାରିକ୍ ଓ ଅଞ୍ଚଳର ବିଜେଡି ନେତା ତନ୍ମୟ ବାରିକ୍ ଯୋଗଦେଇଥିଲେ।

ତେବେ ଅନ୍ୟ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଯୋଗଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧି ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି।
ଏ ଅବସରରେ ସଇଡ଼ା ଗ୍ରାମର ଉନ୍ନତି ନିମନ୍ତେ ବିଧାୟକ ମୁକେଶ କୁମାର ପାଳ ଅଭିଭାଷଣ ରଖିବା ସହ ମନ୍ଦିରର ଉନ୍ନତି କରଣ ଉପରେ ଆଲୋଚନା କରିଥିଲେ।

Share

Leave a Reply