ଅନୁଗୁଳ: କଥାରେ ଅଛି ଚୋର ପାଇଁ ସବୁଦିନ ଅନ୍ଧାର ରାତି ନ ଥାଏ। ଅନୁଗୁଳ ମହିଳା ମହାବିଦ୍ୟାଳୟ ଗଳିରେ ଥିବା ଏକ ହୋଲ୍ସେଲ ଦୋକାନର ସେଲ୍ସ ମ୍ୟାନ ଦୀର୍ଘ ଦିନ ଧରି ଗ୍ରାହକ ମାଲ ନେବା ବେଳେ ଗୋଟାଏ ପେଟି ଯେଉଁ ଜିନିଷ ହେଉନା କାହିଁକି ସେଥିରୁ ଆଉ ଗୋଟିଏ ବାହାରକୁ ଫିଙ୍ଗି ଦିଅନ୍ତି। ଆଗରୁ ସଂକେତ ପାଇ ରାକେଟର ଯୁବକ ମାନେ ଆସି ସେଇ ପେଟିକି ନେଇଯାଆନ୍ତି। ଆଜି ସେଲ୍ସ ମ୍ୟାନ ଜଣକ ଜଣେ ଗ୍ରାହକଙ୍କୁ ଗୁଟଖା ଦେଉ ଥିବା ବେଳେ ଆଉ ଗୋଟିଏ ବସ୍ତା ବାହାରକୁ ଫିଙ୍ଗିଥିଲେ ତେବେ ଆଜି ଗୋଦାମ ମାଲିକ ଏହା ଦେଖି ନେଇଥିଲେ। ଏହାପରେ ସେଲ୍ସ ମ୍ୟାନକୁ ପୋଲିସ ଜିମା ଦେବାର ଭୟ ଦିଆଯିବାରୁ ସେ କାନ ଧରି ଭୁଲ୍ ଭୁଲ୍ ମାଗିଥିଲା। ଖବର ପାଇ ତା ଘର ଲୋକ ମଧ୍ୟ ଆସି ମାଲିକଙ୍କୁ ଭୁଲ୍ ମାଗିବାରୁ ଦୟା କରି ତାକୁ ଛାଡି ଦିଆଯାଇଥିଲା। ଏଥି ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।
ଚୋରି କରି କାନ ଧଇଲେ ଭୁଲ୍ ମାଗିଲେ ସେଲ୍ସ ମ୍ୟାନ
- Post published:November 22, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul