ଜାତୀୟ ରାଜପଥ ପାଇଁ ଜନ ସମାବେଶ ଆଜି

You are currently viewing ଜାତୀୟ ରାଜପଥ ପାଇଁ ଜନ ସମାବେଶ ଆଜି

ଅନୁଗୁଳ: ବହୁ ପ୍ରତିଶ୍ରୁତି ପରେ ବି ସୁଧୁରୁନି ୫୫ନମ୍ବର ଜାତୀୟ ରାଜପଥର ଅବସ୍ଥା ବରଂ ଦିନକୁ ଦିନ ଅତି ଶୋଚନୀୟ ହୋଇ ପଡ଼ିଲାଣି। ପଞ୍ଚମହଲାଠାରୁ ବଅଁରପାଳ ଯାଏ ରାସ୍ତା ପାଲଟିଛି ମରଣଯନ୍ତା। ଆଗକୁ ବର୍ଷା ଆସୁଛି। ତା’ ପୂର୍ବରୁ ରାସ୍ତା ମରାମତି ନ ସରିଲେ ଏହି ରାସ୍ତାରେ ଯାତାୟାତ କରିବା ମୁସ୍କିଲ୍ ହେବ। ଏହାର ପ୍ରତିବାଦ କରିବାକୁ ଅଣ୍ଟା ଭିଡିଛି ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ବିରୋଧ କରିବା ପାଇଁ ମେଳି ହେବାକୁ ଆହ୍ବାନ ଦିଆଯାଇଛି। ଅବିଳମ୍ବେ ରାସ୍ତା ମରାମତି, ଅନୁଗୁଳ ଜିଲ୍ଲାର ସମସ୍ତ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମାଗଣାରେ ବିଜୁଳି ଯୋଗାଇବା ଦାବିରେ ଆଜି ଅପରାହ୍ନ ୪ଟାରେ ତୁରଙ୍ଗ ଦୁର୍ଗାବିହାର ଛକଠାରେ କମିଟି ପକ୍ଷରୁ ଏକ ଜନ ସମାବେଶ ଲାଗି ଆହ୍ବାନ କରାଯାଇଛି।

Share

Leave a Reply