ସମର୍ପଣ ଏକାଡେମୀରେ ସ୍ବାଧୀନତା ଦିବସ

You are currently viewing ସମର୍ପଣ ଏକାଡେମୀରେ ସ୍ବାଧୀନତା ଦିବସ

ଅନୁଗୁଳ: ସମର୍ପଣ ଏକାଡେମୀରେ ମହାଆଡ଼ମ୍ବରରେ ୭୮ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ଯକ୍ଷା ବୈଷ୍ଣବୀ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସ‌ହିତ ବୀରପୁରୁଷମାନଙ୍କ ତ୍ୟାଗ ଓ ନିଷ୍ଠା ଦ୍ଵାରା ଆଜିର ସ୍ବାଧୀନତା ପ୍ରାପ୍ତ ବିଷୟରେ ସେ ଅଭିଭାଷଣ ପ୍ରଦାନ କରିଥିଲେ। ପରିଚାଳନା ନିର୍ଦ୍ଦେଶକ ନିରୋଦ କୁମାର ସାହୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସ୍ବାଧୀନତା ଦିବସର ମହନୀୟତାକୁ ଉପଲବ୍ଧି କରାଇବା ସହିତ ସ୍ବାବଲମ୍ବୀ ହେବାକୁ ଆହ୍ୱାନ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସହ ପରିଚାଳନା ନିର୍ଦ୍ଦେଶକ ପାର୍ଥ ସାରଥୀ ରାଉତ, ଭବାନୀ ଶଙ୍କର ସାହୁ, ନିତିଶ କୁମାର ବେହେରା, ସ୍ମୃତିରେଖା ଦାସ, ମୋନାଲିସା ଗାଇଗେରିଆ, ନିହାର ରଞ୍ଜନ ସାହୁ, ଲଳିତ କୁମାର ସାହୁଙ୍କ ସମେତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Share

Leave a Reply