ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା

0

ଅନୁଗୁଳ : ଡିସେମ୍ବରରେ ହେବାକୁ ଥିବା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ମିଳିଛି । ପୂର୍ବରୁ ଡିସେମ୍ବର ୨୭ରେ ଏହି ପରୀକ୍ଷା ହେବାକୁ ଥିବା ବେଳେ ଏହାକୁ ଜାନୁଆରି ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଜାନୁଆରୀ ୫ରୁ ୮ ତାରିଖ ଯାଏଁ ସମେଟିଭ-୧ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡର ଉପସଭାପତି ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି । ପରୀକ୍ଷା ପାଇଁ ୫ ଲକ୍ଷ ୭୦ ହଜାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ।

Leave A Reply

Your email address will not be published.

error: Content is protected !!