ଅନୁଗୁଳ: ନିକଟରେ ପ୍ରକାଶିତ ଓଏଏସ ପରୀକ୍ଷାରେ ସମ୍ବିତ ସାମଲଙ୍କୁ ୧୭୧ ତମ ସ୍ଥାନ ମିଳିଛି। ସମ୍ବିତଙ୍କ ଘର ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ଦୁଦୁରୁକୋଟ ଗାଁରେ। ପିଲାଟି ଦିନରୁ ମେଧାବୀ ଛାତ୍ର ଭାବେ ସମ୍ବିତଙ୍କ ଯଥେଷ୍ଟ ସୁନାମ ଥିଲା। ସେ ଏମ୍ଟେକ ପରେ ଓଡିଶା ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ। ସମ୍ବିତଙ୍କ ଭଉଣୀ ଜଣେ ଡାକ୍ତରୀ ଛାତ୍ରୀ ଥିବା ବେଳେ ତାଙ୍କ ବାପା ଯଶୋବନ୍ତ ସାମଲ ଅନୁଗୁଳରେ ଗୋଇନ୍ଦା ବିଭାଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ସମ୍ବିତଙ୍କ ସଫଳତା ନେଇ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଦିଆ ଯାଇଛି ।
ଓଏଏସ ପରୀକ୍ଷାରେ ସମ୍ବିତ ସାମଲଙ୍କୁ ୧୭୧ ତମ ସ୍ଥାନ
- Post published:October 8, 2022
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ
- Post comments:0 Comments
- Post author:Biswaranjan Pattnaik
Tags: Angul


