‘ଗେଟ୍’ ପରୀକ୍ଷାରେ ରୀମାରାଣୀଙ୍କ ସଫଳତା

ସର୍ବଭାରତୀୟ ସ୍ତରରେ ୯ମ ସ୍ଥାନରେ ତାଳଚେର ଝିଅ

0

ଅନୁଗୁଳ: ତାଳଚେରର ରୀମାରାଣୀ ସାହୁ ‘ଗେଟ୍’ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯ ନମ୍ବର ସ୍ଥାନ ହାସଲ କରି ତାଳଚେର ପାଇଁ ଗୌରବ ଆଣିଛନ୍ତି । ରୀମାରାଣୀ ବିପିୟୁଟି ଅଧିନସ୍ଥ ଭୁବନେଶ୍ୱର ସ୍ଥିତ କଲେଜ ଅଫ୍‌ ଇଞ୍ଜିନିୟରିଂରେ ଆର୍କିଟେକଚର ବିଭାଗରେ ପଢୁଥିଲେ। ଚଳିତ ଗେଟ୍ ପରୀକ୍ଷାରେ ରୀମାରାଣୀ ମୋଟ ୧ ହଜାର ନମ୍ବରରୁ ୮୬୫ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି । ରୀମାରାଣୀ ସେଣ୍ଟଲରେନ୍ସ ସ୍କୁଲରୁ ମାଟ୍ରିକ୍ ପାସ୍ କରିବା ପରେ ଭୁବନେଶ୍ୱରର ରୟାଲ କଲେଜ ଅଫ୍ ସାଇନ୍ସରେ ଯୁକ୍ତ ୨ ଶେଷ କରିଥିଲେ। ତେବେ ଆଇଆଇଟି ଖଡଗପୁରରେ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ କରିବାକୁ ସେ ଲକ୍ଷ୍ୟ ରଖୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ରୀମାରାଣୀ ତାଳଚେର ସହରର ଶର୍ମାଛକ ନିବାସୀ ନବକିଶୋର ସାହୁ ଓ ରୀତାଞ୍ଜଳି ସାହୁଙ୍କର ସୁପୁତ୍ରୀ ଅଟନ୍ତି ।

online coaching

Leave A Reply

Your email address will not be published.