CADLAB

ବକେୟା ବିଲ ପଇଠ ହେଲାନି

ପିବିକେ ହାଇସ୍କୁଲରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ

0

ଅନୁଗୁଳ: ବଅଁରପାଳ ସ୍ଥିତ ପଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲରୁ ବୁଧବାର ମଧାହ୍ନରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି । ବକେୟା ବିଦ୍ୟୁତ୍‌ ବିଲ ପଇଠ କରାନଯିବା କାରଣରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି । ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବା ସମ୍ପର୍କରେ ବିଭାଗ ପକ୍ଷରୁ ପୂର୍ବରୁ କୌଣସି ସୂଚନା ଦିଆନଯାଇ ଏଭଳି ପଦକ୍ଷେପ ନିଆଯାଇଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ଅନିତା ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ,ବିଦ୍ୟାଳୟରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବା କଥା ରାତିରେ ଜାଣିବାକୁ ପାଇଛି । ବିଦ୍ୟାଳୟର ୩୫ ହଜାର ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ରହିଛି । ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ଆସନ୍ତା କାଲି ବିଦ୍ୟୁତ୍ ଅଫିସ୍‌କୁ ଯାଇ ପୁରା ଘଟଣା ବୁଝଯିବ ବୋଲି ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି ।

Leave A Reply

Your email address will not be published.