କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ

0

ଅନୁଗୁଳ, : ବୁଧବାର ଭୋର୍ ବେଳେ ଅନୁଗୁଳ ରାଜ୍ ହୋଟେଲ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ବାଇକ୍ ଆରୋହୀ ନାଲ୍‌କୋନଗର ଥାନା ବଳରାମପ୍ରସାଦ ଗ୍ରାମର ଦିଲ୍ଲୀପ ମହାଳିକ ବୋଲି ଜଣାପଡ଼ିଛି । ସେ ମଟର ସାଇକେଲରେ ଅନୁଗୁଳ ବସଷ୍ଟାଣ୍ଡ ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା । କାର ଧକ୍କାରେ ଦିଲ୍ଲୀପଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏ ସଂକ୍ରାନ୍ତରେ ମୃତକଙ୍କ ଦାଦା ଥାନାରେ ଲିଖିତ ଭାବେ ଜଣାଇବା ପରେ ପୁଲିସ ଏକ କେସ୍ ରୁଜୁ କରି ତଦନ୍ତ ଚଳାଇଛି।

 

 

online coaching

Leave A Reply

Your email address will not be published.