ଆଦୃତା ଶିଶୁ ଗୃହରେ ସାମୂହିକ ଜନ୍ମୋତ୍ସବ ପାଳିତ, ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ପ୍ରାର୍ଥନା କଲେ ଅତିଥି

You are currently viewing ଆଦୃତା ଶିଶୁ ଗୃହରେ ସାମୂହିକ ଜନ୍ମୋତ୍ସବ ପାଳିତ, ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ପ୍ରାର୍ଥନା କଲେ ଅତିଥି

ଅନୁଗୁଳ: ପବିତ୍ର ରକ୍ଷା ବନ୍ଧନ ଅବସରରେ ଆଦୃତା ଶିଶୁ ଗୃହର ଅନ୍ତେବାସୀଙ୍କ ସାମୂହିକ ଜନ୍ମୋତ୍ସବ ଆଡମ୍ବର ସହକାରେ ପାଳିତ ହୋଇଛି। ଏ ଅବସରରେ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ।

ଆଦୃତା ଅନୁଷ୍ଠାନର ଉପଦେଷ୍ଟା ଅଧ୍ୟାପକ କୁଳମଣି ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଦୀପ୍ତିମୟୀ ସାହୁ, କମିଟିର ଅନ୍ୟତମ ସଦସ୍ୟ କଲ୍ୟାଣ କିଶୋର ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ସାହୁ, ଆଦୃତା ଅନୁଷ୍ଠାନର ସଭାପତି ବିଜୟ କୁମାର ମୋଦୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରଞ୍ଜନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଅନୁଷ୍ଠାନର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Share

Leave a Reply