ଅନୁଗୁଳ: ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ୩୦ରୁ ଅଧିକ କର୍ମୀ। ସ୍ଥାନୀୟ ଅନୁଗୁଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତର ବିଜେପି କର୍ମୀ ପ୍ରଦୀପ ପ୍ରଧାନ, ନିଲୁ ସାହୁଙ୍କ ନେତୃତ୍ୱରେ ୩୦ରୁ ଊର୍ଦ୍ଧ୍ବ ସଦସ୍ୟ ଆଜି ବିଧିବଦ୍ଧ ଭାବେ ବିଜେଡିର ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଏବଂ ବିଧାୟକ ତଥା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେମାନେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ବୋଲି କହିଛନ୍ତି।
ଏ ଅବସରରେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ଅରୁଣାଭ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।











